STORYMIRROR

Ranjan Gouda

Abstract Comedy

4  

Ranjan Gouda

Abstract Comedy

ପରୀକ୍ଷା ଋତୁ

ପରୀକ୍ଷା ଋତୁ

1 min
237

ଆସିଗଲା ଦେଖ ଏବେ ପରୀକ୍ଷାର ଋତୁ 
ଇଚ୍ଛା ନଥାଇ ବି ପାଠ ଏବେ ପଢ଼ିବୁରେ ତୁ ।

ବହି ବସ୍ତାନି ସବୁ ଏବେ ହେବେ ତୋର ସାଥୀ 
ପାଠ ତୁ ପଢ଼ିବୁ ଉଜାଗର ହେଇ ରାତି ରାତି ।

ପେଟକୁ ନଥିବ ଭୋକ ଗଳାକୁ ତୋ ଶୋଷ 
ବୁଝୁ କି ନବୁଝୁ ପାଠ ଏବେ ତୁହି ଘୋଷ ।

ଏବେ ମନେ ପଡ଼ିବ ତୋର ସେଇ ପୂର୍ବଦିନ କଥା 
ପାଠ କଥା ଶୁଣି ଯେବେ ହଉଥିଲା ମୁଣ୍ଡବ୍ୟଥା ।

ମୁଣ୍ଡରେ ତୋର ବାବୁ ଏବେ ଚଡ଼କ ପଡ଼ିବ 
ପଢିଥିବା ପାଠ ଯେବେ ମନେ ନ ପଡ଼ିବ ।

ବାୟା ପ୍ରାୟ ତୁହି ବାବୁ ହେବୁରେ ଏଥର 
ଡାକିବୁ ଈଶ୍ୱର ହେ ମୋତେ ଏଥିରୁ ନିସ୍ତାର ।

ଯେତେ ଡ଼ାକିଲେବି ଡ଼ାକ ତୋର ଶୁଣିବେନି କେହି 
ପଢ଼ିବା ବ୍ୟତୀତ ଅନ୍ୟ କିଛି ଉପାୟ ଯେ ନାହିଁ ।

ଏବେବି ସମୟ କିଛି ବଳିଛି ତୋ ପାଖେ 
ବାକି ଥିବା ବିଷୟକୁ ଭଲକରି ଦେଖେ ।

ଯେବେ ସମସ୍ତ ବିଷୟ ନିଜ ଆୟତ୍ତ କରିବୁ 
ପରୀକ୍ଷା ଯୁଦ୍ଧରେ ଜାଣ ବିଜୟୀ ତୁ ହେବୁ ।


Rate this content
Log in

Similar oriya poem from Abstract