ତୁମ ବାହାଘରକୁ ମୋତେ ଟିକେ ଡାକିବ ନିଶ୍ଚୟ
ତୁମ ବାହାଘରକୁ ମୋତେ ଟିକେ ଡାକିବ ନିଶ୍ଚୟ
ଶୁଣିଲି ତମର କୁଆଡେ ବାହାଘର ହଉଛି
ସମସ୍ତଙ୍କୁ ନିମନ୍ତ୍ରଣ ସରିଲାଣି ଖାଲି ମୁଁ ବାକି ରହିଛି।
ତୁମ ବାହାଘରକୁ ମୋତେ ଟିକେ ଡାକିବ ନିଶ୍ଚୟ
କାହିଁକି ନା ତମେ ନଡ଼ାକିଲେ ବି ମୋର ଆସିବାଟା ଥୟ ।
ମୁଁ ବି ଦେଖିବି ଆଉ କା ବେଦିରେ ତମେ କେମିତି ବସୁଛ
ମତେ ଭୁଲିଗଲା ପରେ ମନଖୋଲି ତମେ କେମିତି ହସୁଛ ।
ମୁଁ ଆସିଲେ ତୁମର ଅସୁବିଧା ହେବ କେବେ କରିବନି ଭୟ
ଆଉ ହଁ ତୁମ ବାହାଘରକୁ ମୋତେ ଟିକେ ଡାକିବ ନିଶ୍ଚୟ ।
ତୁମେ ଗଲା ପରେ ମୋ ମନ ଭିତରେ ପ୍ରଶ୍ନ ହଜାରେ
ତେଣୁ ଯିବି ତୁମ ବାହାଘରକୁ ତାର ଉତ୍ତର ପାଇବାକୁ ଥରେ ।
ତୁମ ରାଣ ତୁମକୁ ମୁଁ କିଛି ପଚାରିବିନି
କାଳେ କିଏ ଦେଖିଦେଲେ ଅସୁବିଧା ହେବ
ତେଣୁ ତୁମ ପାଖକୁ ବି ଯିବିନି।
ତୁମ ବାହାବେଦୀ ଆଗରେ ତୁମକୁ ଚାହିଁ କି ସେମତି ବସିଥିବି
ହୁଏତ ତୁମ ମଥାରେ ସିନ୍ଦୂର ଲାଗିବା ପରେ
ମୋ ଉତ୍ତରଗୁଡ଼ାକ ମୁଁ ଆପେ ଆପେ ପାଇଯିବି ।
ହଁ ଶୁଣ ତୁମ ବାହାଘରକୁ ମୋତେ ଟିକେ ଡାକିବ ନିଶ୍ଚୟ
ତୁମ ବର କୁ ଜାଣିବାର ଟିକେ ସୁଯୋଗ ତ ଦିଅ।
ଆମ ଘରେ ଆଜି ପଡ଼ିଥିଲା ତୁମ ବରକଥା
ମୋ ସହ ତୁଳନା କରି ପ୍ରଶଂସାରେ ତାକୁ ହଉଥିଲା ପୋତା ।
ଶୁଣିଲି ସିଏ କୁଆଡେ ଗୋଟେ ବଡ଼ ଅଫିସର
ଆଉ ପଦବୀଟା ତାର କୁଆଡେ଼ ଜିଲ୍ଲା କଲେକ୍ଟର ।
ଏବେ ତ ନିଶ୍ଚୟ ତମେ ବହୁତ ଖୁସି ଥିବ
କାହିଁକି ନା ତମେ ଚାହୁଁଥିବା ସବୁ ଜିନିଷ ଏବେ ତମେ ପାଇଯିବ ।
ଆଜିଯାଏଁ ତୁମ ସହ ମୁଁ ଛାଇଭଳି ଥିଲି
ଆଜି ତୁମ ବାହାଘର ଆଉ ମୁଁ ସେଇଠି ନଥିବି
ଏକଥାଟା କେମିତି ସମ୍ଭବ କୁହ
ତେଣୁ ତୁମ ବାହାଘରକୁ ମୋତେ ଟିକେ ଡାକିବ ନିଶ୍ଚୟ
