STORYMIRROR

Ch Loknath Reddy

Action Inspirational

3  

Ch Loknath Reddy

Action Inspirational

ବାସ୍ତବ ବିଚାର

ବାସ୍ତବ ବିଚାର

1 min
164


ପର ଆପଣାର ଏ' ଛୋଟ ବିଚାର

କେବେ କରିବୁନି ଧନ 

ଯଦି କରିଯିବୁ ଏଭଳି ବିଚାର

ଅଜ୍ଞାନ ଗଣିବେ ଜନ।


କେହି ପାଇନାହିଁ ରାତାରାତି କେବେ

ଇନ୍ଦ୍ର ଆସନରେ ସ୍ଥାନ

କେବଳ ନିଜର ପରିଶ୍ରମ ବଳେ

ପାଇଯିବୁ ସବୁ ଜାଣ ।


ନିଜେ କରିବୁନି କେବେ ହିତକର୍ମ

ଥିବୁ ଅଳସୁଆ ହୋଇ

କର୍ମଠ ଲୋକର ସୁଫଳ ଦେଖିଲେ

କାହିଁକି ତୋ' ମନ ବାଇ ।


ଯିଏ ଭାବୁଥାଏ ଅନ୍ୟ ମଣିଷକୁ 

ଗର୍ତ୍ତେ ପକାଇବା ପାଇଁ

ସିଏ ନିଜେ ଦିନେ ପଡ଼ିଯିବ ଗର୍ତ୍ତେ

ତା' ଉଦ୍ଧାର ଆଉ ନାହିଁ । 


ଯଦି କରୁଥିବୁ ସଦା ସତକର୍ମ

ମନେ କରି ସୁବିଚାର

ତେବେ ଯାଇ ନିଶ୍ଚେ ବସିବୁ ତୁ ଦିନେ

ଇନ୍ଦ୍ରାସନେ ହୋଇ ସୁର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action