Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ch Loknath Reddy

Classics Inspirational Children

3  

Ch Loknath Reddy

Classics Inspirational Children

ବାପା

ବାପା

1 min
136



ବାସି ପଖାଳର ପେଜ ପିଇ ତୁମେ,

ଦିଅ ମୋତେ ରନ୍ଧାଭାତ

ତୁମ ପରି ଆଉ କିଏ ବା ହୋଇବ,

ତୁମେ ବାପା ପ୍ରାଣନାଥ ।


ଗ୍ରୀଷ୍ମ ବର୍ଷା ଶୀତ ସହ୍ୟ କରି ତୁମେ

କର କେତେ ପରିଶ୍ରମ

ସର୍ବଦା ବ୍ୟାକୁଳ ମୋହରି ଚିନ୍ତାରେ,

ବାପା ତୁମ ପ୍ରାଣ ମନ ।


ସର୍ବ ସୁଖ ତୁମେ ତ୍ୟାଗକରି ବାପା,

ବଢାଅ ଆଶିଷ ହାତ

ବାସି ପଖାଳର ପେଜ ପିଇ ତୁମେ,

ଦିଅ ମୋତେ ରନ୍ଧାଭାତ ।


କୌଣସି ସମୟେ ମୁଁ ଅସୁସ୍ଥ ହେଲେ

କେତେ ସେବା କର ବାପା

ସରବଦା ତୁମେ କେତେ ଯତ୍ନ ନିଅ,

କେବେବି ନ ହୋଇ ଖପା ।


ତୁମେ ମାଆ ମୋର ତୁମେ ବାପା ମୋର,

ତୁମେ ମୋର ସବୁକିଛି

ତୁମ ବିନା ନାହିଁ ବାପା ମୋ' ଠିକଣା,

ତୁମ ବିନା ନାହିଁ କିଛି ।


ତୁମ କୋଳେ ବାପା ଅଛି ସ୍ୱର୍ଗପୁର,

ତୁମେ ହିଁ ଶ୍ରୀ ଗୋପୀନାଥ

ତୁମ ପରି ଆଉ କିଏ ବା ହୋଇବ,

ତୁମେ ବାପା ପ୍ରାଣନାଥ ।


ଏତିକି ଗୁହାରି ତୁମକୁ ବାପା ହେ,

କେବେ ଛାଡ଼ନି ମୋ ହାତ

ତୁମରି କୋଳରେ ସଦା ରହିଯିବି,

ଦେଖି ତୁମ ନାଲି ନେତ ।



Rate this content
Log in

Similar oriya poem from Classics