Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ch Loknath Reddy

Romance Others

3  

Ch Loknath Reddy

Romance Others

ପ୍ରିୟା ମୋ ଅମାବାସ୍ୟା

ପ୍ରିୟା ମୋ ଅମାବାସ୍ୟା

1 min
127



କେମିତି ଭୁଲିଲୁ ଅଭୁଲା ସ୍ମୃତିକୁ,ମୁଁ ଜମା ପାରୁନି ଭୁଲି

କେଉଁ ଅପରାଧେ ଅପରାଧୀ କରି,ଦୁରେଇ ତୁ ଗଲୁ ଚାଲି |

ଭାବିଥିଲି ତୋତେ ମନର ମାନସୀ,ମୋ ପ୍ରେମ ପ୍ରୀତିର ରାଣୀ

ଆଜି ମୁଁ ଭାବୁଛି ସ୍ନେହ ସମ୍ପର୍କରେ,ହୃଦୟ ତୋହରି ନାହିଁ।

ଅତୀତର ସ୍ମୁତି ପ୍ରେମର ପୀରତି, ଆଖିରେ ଘୁରୁଛି ଖାଲି

କେମିତି ଭୁଲିଲୁ ଅଭୁଲା ସ୍ମୃତିକୁ,ମୁଁ ଜମା ପାରୁନି ଭୁଲି | 

ଉଡୁଥିଲେ ଦିନେ ଶୁଆ ଶାରୀ ହୋଇ, ମନରେ ମନକୁ ମିଳି

ଆଜି ସେହି ଶାରୀ ସ୍ୱାର୍ଥପର ହୋଇ, ଶୁଆଟିକୁ ଗଲା ଭୁଲି |

ମନେପଡେ ଆଜି ଆମରି ପ୍ରେମର,ପ୍ରଥମର ସେହି ଦିନ

କହିଥିଲୁ ତୁହି ଶପଥ କରିଣ, ଆମ ପ୍ରେମ ଚିରନ୍ତନ।

କେମିତି ଭୁଲିଲୁ ସେହି ଶପଥକୁ, ଭାବି ମୁଁ ହେଉଛି ଭାଳି

କେଉଁ ଅପରାଧେ ଅପରାଧୀ କରି,ଦୂରେଇ ତୁ ଗଲୁ ଚାଲି |

ଭାବିଥିଲି ପ୍ରିୟା ଆମରି ସମ୍ପର୍କ, ପୂର୍ଣ୍ଣିମା ରାତି ଚନ୍ଦ୍ରମା

ଜାଣିଗଲି ଆଜି ତୁହି ଅଟୁ ମୋର , ଅମବାସ୍ୟା ପ୍ରିୟତମା |






Rate this content
Log in

Similar oriya poem from Romance