ଖୁସି ମନ
ଖୁସି ମନ
ରହିଅଛି ପ୍ରିୟ ତୁମ ଅପେକ୍ଷାରେ
କେଳିଦୀପ ମୁହିଁ ଜାଳି
ଫୁଲଶେଯ ଆଜି ସଜେଇ ଦେଇଛି
ତୁମେ ଆସିଯିବ ବୋଲି |
ଶୀତ କାକରରେ ତନୁ ମୋ ଶୀତଳ
ଜମା ନାହିଁ ଦେହେ ତାପ
ତୁମ ଆଲିଙ୍ଗନେ ହୋଇବ ପ୍ରିୟ ହେ!
ଦେହଟି ମୋର ଉତ୍ତାପ |
ଲାଗିବ ମୋ' ଓଠ ତୁମରି ଓଠରେ
ପାଇବାକୁ କେତେ ଚୁମା
ଲାଗିଯିବ ମନ ତୁମରି ମନରେ
ଫୁଟିଯିବ ପ୍ରେମ ବୋମା |
ମନେ ଆନ୍ଦୋଳନ ହେଉଅଛି ଧନ
କେବେ ତୁମ ଆଗମନ
ତୁମରି ପାଇଁ ତ ଅପେକ୍ଷାରତ
ଏହି ମୋର ଯୌଵନ|
ତୁମରି ସ୍ପର୍ଶରେ ପାଇଯିବି ସତେ
ନବ ଯୌବନର ସୁଖ
ଆଉ କରିବନି ବିଳମ୍ବ ପ୍ରିୟ ହେ!
ମନେ ଦେହେ ଲାଗେ ଦୁଃଖ |

