ବାପା
ବାପା
ବାସି ପଖାଳର ପେଜ ପିଇ ତୁମେ, ଦିଅ ମୋତେ ରନ୍ଧାଭାତ
ତୁମ ପରି ଆଉ କିଏ ବା ହୋଇବ, ତୁମେ ବାପା ପ୍ରାଣନାଥ |
ଗ୍ରୀଷ୍ମ ବର୍ଷା ଶୀତ ସହ୍ୟ କରି ତୁମେ କର କେତେ ପରିଶ୍ରମ
ସର୍ବଦା ବ୍ୟାକୁଳ ମୋହରି ଚିନ୍ତାରେ, ବାପା ତୁମ ପ୍ରାଣ ମନ |
ସର୍ବ ସୁଖ ତୁମେ ତ୍ୟାଗକରି ବାପା, ବଢାଅ ଆଶିଷ ହାତ
ବାସି ପଖାଳର ପେଜ ପିଇ ତୁମେ, ଦିଅ ମୋତେ
ରନ୍ଧାଭାତ |
କୌଣସି ସମୟେ ମୁଁ ଅସୁସ୍ଥ ହେଲେ କେତେ ସେବା କର ବାପା
ସର୍ବଦା ତୁମେ କେତେ ଯତ୍ନ ନିଅ, କେବେବି ନ ହୋଇ ଖପା |
ତୁମେ ମାଆ ମୋର ତୁମେ ବାପା ମୋର, ତୁମେ ମୋର ସବୁକିଛି
ତୁମ ବିନା ନାହିଁ ବାପା ମୋ' ଠିକଣା, ତୁମ ବିନା ନାହିଁ କିଛି |
ତୁମ କୋଳେ ବାପା ଅଛି ସ୍ୱର୍ଗପୁର, ତୁମେ ହିଁ ଶ୍ରୀ ଗୋପୀନାଥ
ତୁମ ପରି ଆଉ କିଏ ବା ହୋଇବ, ତୁମେ ବାପା ପ୍ରାଣନାଥ |
ଏତିକି ଗୁହାରି ତୁମକୁ ବାପା ହେ, କେବେ ଛାଡ଼ନି ମୋ ହାତ
ତୁମରି କୋଳରେ ସଦା ରହିଯିବି, ଦେଖି ତୁମ ନାଲି ନେତ |