STORYMIRROR

Ch Loknath Reddy

Tragedy Inspirational

3  

Ch Loknath Reddy

Tragedy Inspirational

କରୋନା ସୃଷ୍ଟି

କରୋନା ସୃଷ୍ଟି

1 min
164


"ଚାଇନା ଦେଶର ବୁହାନ ସହରୁ 

କରୋନା ଆସିଲା ମାତି,

ବିଶ୍ୱସାରା ଆଜି ତାଣ୍ଡବ ରଚିଲା

କେତେ ଯେ କରିଲା କ୍ଷତି।।


କରୋନାକୁ ଦେଖି ଦ୍ୱାର ବନ୍ଦ କରି 

ଭିତରେ ଲୁଚି ବସନ୍ତି,

କାମ-ଧନ୍ଦା ସବୁ ଛଡେଇ ନେଇଛି   

ଦୁଃଖରେ ଭାଙ୍ଗି ପଡନ୍ତି ।।


ଏଥିପାଇଁ ବୋଧେ ମାନବ ସମାଜ

ଅଟଇ ସବୁଠି ଦାୟୀ,

କାମନାରେ ସେହି ଦ୍ରବିଭୂତ ହୋଇ

ଅପକର୍ମ କରୁଥାଇ।।


ବଡ ନିଷ୍ଠୁର ଏ' ମାନବ ହୃଦୟ 

ପଶୁ ପକ୍ଷୀଙ୍କର ପ୍ରତି,

ଅନ୍ୟାୟ ଅଧର୍ମ କରି ଚାଲିଥା'ନ୍ତି 

ସୀମା ଟପିଗଲେ ଅତି।।


କରୋନା ପ୍ରବେଶି ଭୟ ସଞ୍ଚାରିଲା

ମାନବ ସମାଜ ପାଇଁ,

ଭଗବାନ ମତେ ପଠେଇ ଅଛନ୍ତି 

ତୁମରି ବିନାଶ ପାଇଁ।।


ଉପହାସ କରି କରୋନା କହଇ 

ମାରି ଦେବି ମୁହିଁ ତତେ,

ବିଜ୍ଞାନରେ କେତେ ଆଗେଇଛୁ ତୁହି 

ବାହାଦୂରୀ ମାରୁ ଏତେ।।


ଶ୍ରେଷ୍ଠ ପ୍ରାଣୀ ରୂପେ ଜନମିଲୁ ବୋଲି

ଦୟା ଭାବ ଟିକେ ନାହିଁ,

ଏତେ ବଡ ଗର୍ବ କରୁରେ ମାନବ

କେଉଁ ଅଧିକାର ପାଇଁ।।


ଈଶ୍ୱର ଗଢିଲେ ସମାନ ଭାବରେ

ମଣିଷ ସାଥିରେ ପଶୁ,

ସେହି କଥାଟିକୁ ବୁଝି ପାରିଲୁନି

କଟାକ୍ଷ କରି ତୁ ହସୁ।।


ସେଥିପାଇଁ ମୁହିଁ ପଶୁଙ୍କ ଦେହରେ

କାୟାକୁ ବିସ୍ତାର କଲି, 

ମାଂସ ମାଧ୍ୟମରେ ମଣିଷ ଦେହକୁ 

ଭୂତାଣୁ ରୂପରେ ଗଲି।।


ଜଣ ଜଣ ହୋଇ ଆକ୍ରାନ୍ତ ହୋଇଲେ 

ଡାକ୍ତର ବି ବାଦ ନାହିଁ,

ଡାକ୍ତରଙ୍କ ଯେବେ ମୃତ୍ୟୁ ହେଇଗଲା 

ବିଶ୍ୱ ଡରେ ସେଥିପାଇଁ।।


ମଣିଷ ଅନ୍ୟାୟେ ପଶୁମାନେ ଦିନେ 

କାନ୍ଦୁଥିଲେ କଇଁ କଇଁ,

ଈଶ୍ୱର ରାଗିକି କରୋନା ଗଢିଲେ 

ମଣିଷର ଶିକ୍ଷା ପାଇଁ।।


ଏବେବି ସମୟ ଅଛିରେ ମଣିଷ 

ଜୀବେ ଟିକେ ଦୟା କର,

ପଶୁଙ୍କୁ ତାଙ୍କର ଅଧିକାର ଦେଲେ 

କରୋନା ହୋଇବ ଦୂର।।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy