ବନ୍ଧୁ
ବନ୍ଧୁ
ପ୍ରକୃତ ବନ୍ଧୁର ମହତ ଜାଣ ରେ
କୃଷ୍ଣ ସୁଦାମା ଙ୍କୁ ଦେଖି
ନିସ୍ଵାର୍ଥ ନିବିଡ଼ ବନ୍ଧୁତାର ପ୍ରେମ
କହୁଛି ଶୁଣ ନିରେଖି |
ଦୀନବନ୍ଧୁ ସେହି ଦ୍ୱାରିକା ନରେଶ
ଥିଲେ ଗୋପେ ବାଲ୍ୟବେଳେ
ଖେଳି ବୁଲୁଥିଲେ ଗୋପୀଗୋପା ସଙ୍ଗେ
ନସରେ ଆନନ୍ଦ ତିଳେ |
ସମୟ ସୁଅରେ ଭାସିଯାଇ ପ୍ରଭୁ
ଚାଲିଲେ ଦ୍ୱାରିକା ଦେଶ
ମନ କିନ୍ତୁ ଥିଲା ଗୋପୀଗୋପା ପାଶେ
ଭାବି ହୁଅନ୍ତି ନିରାଶ |
ଦିନେ ଯାଇଥିଲେ ଗୋପାଳ ସୁଦାମା
ଦ୍ୱାରିକା, କୃଷ୍ଣଙ୍କୁ ଦେଖି
କେଡେ ଆଦରରେ ମାନ ସମ୍ମାନରେ
ଘେନିନେଲେ ଚକାଆଖି |
ଦେଖ ଦେଖ ଜନେ ବନ୍ଧୁର ମହତ
କେଡେ ସେ' ଆଦର ଭାବ
ଈଶ ହୋଇ କୃଷ୍ଣ ଧୋଇଲେ ପାଦପ
ଭୁଲିଯାଇ ଗର୍ବଭାବ |
ସୁନା ଥାଳିଆରେ ଭୁଞ୍ଜୁଥିଲେ ଯିଏ
ଅମୃତକୁ ପାନ କରି
ଆଜି ମିତ ଖୁଦ ଭଜାକୁ ଭୁଞ୍ଜିଲେ
ମହାନନ୍ଦେ ମନୋହରି |
ଯିଏ ଯେତେ ବଡ଼ ହୁଅନ୍ତୁ ପଛକେ
ମିତ ପାଶେ ସବୁ ସମ
ମନ ରଖ ତୁହି ମଣିଷ ଭାଇ ରେ
ସ୍ନେହ ଡୋରି ବଳବାନ |