STORYMIRROR

Sunanda Mohanty

Comedy Tragedy Fantasy

4  

Sunanda Mohanty

Comedy Tragedy Fantasy

ଦୂରତା

ଦୂରତା

1 min
315


ଜୀବନରୁ ମୃତ୍ୟୁ ଯେତିକି ଦୂର 

ଜିଅନ୍ତାରେ ଶବ ସେତିକି ଦୂର 

ଫୁଲରୁ ଫଳ ହେଲାପରେ ଫୁଲଟି ପର 

ବାହାହେଲା ଝିଅ କାହିଁ ନୁହେଁ ନିଜର 

ବାର୍ଦ୍ଧକ୍ୟ ଆସିଲେ ସମସ୍ତେ ପର 

ନିଜ ଘର କାହିଁ ଲାଗେ ବହୁତ ଦୂର 

ପକ୍ଷୀ ଝାଡ଼ିଲେ ଡେଣା ଖସି ପଡଇ ପର 

ପର ଖସିଗଲେ ଆଉ ନୁହେଁ ନିଜର 

ପିଲାଦିନେ ପାଠ ଶାଠ ଖେଳ ତତ୍ପର 

ବଡ଼ ହେଲେ ଆଲୋଡ଼ା କଣ୍ଢେଇ ଘର 

ସଵାରୀରେ ବସି ଝିଅ ବିଦା ହୁଏ ଶାଶୁଘର 

କାନ୍ଥେଣି ଠଣାରେ ରଖି ସରାଗାତ ନିଜର 

ଯୌତୁକ ଯୁଇରେ ଶୋଇଗଲାପରେ ସମସ୍ତେ ପର 

ବୁଢା ବୁଢ଼ୀଙ୍କର ସେଇ ହାତ ଆଜି ଥରଥର 

ହାତ ଦିନେ କରୁଥିଲା କେତେ କାରବାର ବେଭାର 

 ପ୍ରଜାପତିଟା ଉଡିଗଲା ପରେ ବହୁତ ଦୂର 

ଫୁଲ କି କହେ ତୁ ରହ ଭଅଁର 

ଆସୁ ପ୍ରଜାପତି ଧରି ଚଅଁର ଚାମର 

କିଏ କାହା ପାଇଁ ଚାହିଁ ରହିବା ଅସାର 

ଆଜି କଥା ଆସନ୍ତା କାଲିକୁ ଅତୀତ ସୁଦୂର

ଶିଶିର ପାଣିରେ ବହିଗଲା ପରେ ନଦୀ ତାହାର 

ଘାସଫୁଲ ଫୁଟି ଖୋଜେକି କେଵେ ରଙ୍ଗ କାହାର 

ରଙ୍ଗ ସବୁ ଯିଏ ଯାର ନେଲାପରେ ସବୁ ନିଥର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy