STORYMIRROR

Chinmay Behera

Comedy Children

3  

Chinmay Behera

Comedy Children

ନାଆଁଟି ସିନା ହୁଣ୍ଡା

ନାଆଁଟି ସିନା ହୁଣ୍ଡା

1 min
245

ଆମ ଘରର ସାନ ପିଲାଟି

          ନାଆଁଟି ସିନା ହୁଣ୍ଡା

ଇସ୍କୁଲ ଘର ମାଡ଼ିନି କେବେ

          ପାଠରେ ବଡ଼ ପଣ୍ଡା ।

ନାଚ ଗୀତରେ ବଡ଼ ଶରଧା

          ବୁଲେ ସେ ଧରି ଝଣ୍ଡା

ପୂଜା ପରବେ ବରାଦ ତାର

           କାକରା,ଖିରୀ,ମଣ୍ଡା ।

ନୁହେଁ ଚଗଲା ନୁହେଁ ବଗଲା

           ମିଜାଜ୍ ତାର ଥଣ୍ଡା

ବଡ଼ ସୁଧାର ନୁହେଁ ଅଧୀର

            ନୁହଁଇ ଜମା ବଣ୍ଡା ।

ଗଣ୍ଡାକୁ ଗଣ୍ଡା ପଢ଼ଇ ବହି

           ଚହଳ ଦାଣ୍ଡ ପିଣ୍ଡା

ଆଦର କରି ଜନନୀ ତାକୁ

           ଖୁଆନ୍ତି ଛେନା ମୁଣ୍ଡା ।

କହୁଛି ଏବେ ଗଢ଼ିବ ଗୋଟେ

           ରୋବର୍ଟ ପରି ଗୁଣ୍ଡା

ଦେଖିବ ବାପା ମୋ ପରିକା

           ହେବନି ଜମା ଲଣ୍ଡା ।


Rate this content
Log in

Similar oriya poem from Comedy