STORYMIRROR

Manaswinee Dash

Comedy

3  

Manaswinee Dash

Comedy

କବିତା ଜ୍ୟାମିତି

କବିତା ଜ୍ୟାମିତି

1 min
200


ବନ୍ଧୁ ଗଣିତ ଶିକ୍ଷକ ଅଟନ୍ତି ପତ୍ନୀ କବିତା ଲେଖନ୍ତି, 

ପଚାରିଲି ଦିନେ କ'ଣ ଆପଣ କବିତା ବୁଝନ୍ତି, 

ବନ୍ଧୁ କହିଲେ ବୁଝିବାର କ'ଣ ଅଛି କହୁ ନାହାନ୍ତି, 

କବିତା ପରା ଜ୍ୟାମିତି। 


ସରଳ ରେଖା ବକ୍ର ରେଖା ଜ୍ୟାମିତିର ମୂଳ, 

ସେମିତି ଚିନ୍ତାଧାରା ସଠିକ୍

ଚିନ୍ତାଧାରା ଓ ଶବ୍ଦ ଦିଏ କବିତା କୁ କୂଳ, 

ରୂପ ଟିଏ ନିଏ ଯେତେବେଳେ

ରେଖା ଦୁଇ ର ହୁଏ ମେଳ, 

ସଠିକ୍ ଚିନ୍ତାଧାରା ଶବ୍ଦ କବିତାକୁ ଆଦ୍ରୁତ କରାଏ ବହୁଳ। 



ଏକାଧିକ ରେଖାର ମିଳନ କରେ ଆକାର, 

କବିତାକୁ ଏକାଧିକ ଚିନ୍ତାଧାରାର ମିଳନ କରେ ସାକାର, 

କ୍ଷେତ୍ର ର ପରିସୀମା ଦେଖାଏ ମହିମା ତାର, 

ମନକୁ ଛୁଏଁ ସାରାଂଶ କବିତାର । 


ଯେତୋଟି ରେଖାର କରିଚାଲିବା ମିଳନ, 

ସେତିକି କୋଣ ହବ ଉତ୍ପନ୍ନ, 

କବିତାରେ ଯେତେ ଦିଗର କରିବ ମିଳନ, 

ତାର ମର୍ମ ହେଇ ଚାଲିବ ଭିନ୍ନଭିନ୍ନ। 



ଯେବେ ବହୁ କୋଣରେ ରେଖା ହୁଏ

ମିଳନ ହୁଏ ବୃତ୍ତ,

 ଯେବେ ଜୀବନର ସବୁ କୋଣ ଆପଣା କବିତା ହୁଏ ଆଦୃତ, 

ବ୍ୟାସାର୍ଦ୍ଧ କ୍ଷୁଦ୍ର ରୂପରେ କରେ ବୃତ୍ତର ବର୍ନନା କଥାଟି ସତ, 

ସେମିତି କବିତାର ବିଷୟତା ନାମରେ ଥାଏ ବର୍ନିତ। 



ମାନି ଗଲି ଗାଣୀତଜ୍ଞ ବନ୍ଧୁଙ୍କ ଚିତ୍ତ, 

ରହି ପାରିଲିନି କରି ପ୍ରଶଂସା ତାନ୍କ ମତ, 

କହିଲି ପତ୍ନୀ ତୁମ କବିତା ଲେଖନ୍ତି ସତ, 

ହେଲେ ତୁମ ତର୍କ ବର୍ନନାତୀତ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy