କରୁଛି ଚିତ୍କାର ଗଜରାଜ
କରୁଛି ଚିତ୍କାର ଗଜରାଜ
ଗାଁ ସହର ଭିତରକୁ ପଶି ଆସୁଛି ଗଜରାଜ,
କରୁଛି କେତେ କ୍ଷତି କହିବା ଭାରି ସହଜ,
କାହିଁକି ସେ ଏପରି କରୁଛି ଆଜ,
ଚିତ୍କାର କରୁଛି ଗଜରାଜ।
କୋଉଠି ଶସ୍ଯ କଲା ନଷ୍ଟ ଆଜ,
କୋଉଠି ଭାଙ୍ଗିଲା ଘର ବୁଣୁଥିବା ସଞ୍ଜ,
ଲାଗୁଛି ଗଜରାଜ ପାଇଁ ଚିନ୍ତିତ ମାନବ ସମାଜ,
ହେଲେ କାହିଁକି ଚିତ୍କାର କରୁଛି ଗଜରାଜ??
ଥରେ ଭାବିଦେଖ ଏ ମାନବ ସମାଜ,
କଳକାରଖାନା,ବସତି ପାଇଁ ଜଙ୍ଗଲ କାଟିବା ସହଜ,
ଗଜରାଜ ଚଲାପଥକୁ ଦେଇ ବାଧା କରୁଛ ତୁମେ ମଉଜ,
ତାରି ପାଇଁ ଚିତ୍କାର କରୁଛି ଗଜରାଜ।
ମୂଲ୍ଯବାନ ଦାନ୍ତ ରଖିଛି ଗଜରାଜ,
ସତରେ ତା' ହତ୍ଯା ତୁମପାଇଁ କେତେ ସହଜ,
ତା' ଦିନଚର୍ଯ୍ୟାରେ ବାଧା ଯେ ତୁମେ ଉପୁଜ,
ସେ ଲାଗି ଚିତ୍କାର କରୁଛି ଗଜରାଜ।