STORYMIRROR

Saphala Das

Children Stories Comedy

3  

Saphala Das

Children Stories Comedy

ଶହୀଦ୍ ଦିବସ

ଶହୀଦ୍ ଦିବସ

1 min
190

ମହାମାନବ ମହାତ୍ମା ଗାନ୍ଧୀ 

 ସଫଳା ପୁଷ୍ପ ଲତା ଦାସ 

   କଟକ 

ମହାମାନବ ମହାତ୍ମା ଗାନ୍ଧୀ

   ପ୍ରିୟ ବାପୁଜୀ ଆମ 

ମୋହନ ଦାସ କରମ ଚାନ୍ଦ ଗାନ୍ଧୀ 

  ପିଲା ଦିନର ନାମ ।


ଅନ୍ୟାୟ ପାଇଁ ସଂଗ୍ରାମ କଲେ 

  ଅହିଂସା ମନ୍ତ୍ର ଧରି 

ଇଂରେଜ ମାନେ ଆମ ଦେଶରୁ 

  ସ୍ୱଦେଶ ଯିବେ ଫେରି ।


ରକତ ପାତ ନହେବ ଯୁଦ୍ଧ ।

   ଛୁଆଁ ଅଛୁଆଁ ନାହିଁ 

ତାଙ୍କ ରି ପରି ବିରଳ ବ୍ୟକ୍ତି 

  ଦେଖିଛ ପିଲେ କାହିଁ ।


 ସମୟ ସାଥେ କାମ କରନ୍ତି 

   ଅଣ୍ଟାରେ ଘଡି ଥାଇ ।

ଅହିଂସା ପଥ ସତ୍ୟନିଷ୍ଠାକୁ 

  କୃତାର୍ଥ କଲେ ସେହି ।।


ଆଜି ଦିନଟି ଆମରି ପାଇଁ 

  ଦୁର୍ଭାଗ୍ୟ ଥିଲା ଆମ 

ଆତତାୟୀର ଗୁଳି ମାଡକୁ 

  ପାଟିରେ ରାମ ନାମ।


ଟଳି ପଡିଲେ ମହାମାନବ 

  ଅମର ଆମ ପାଇଁ 

ଶତନମନ ପ୍ରିୟ ବାପୁଜୀ 

   ଶ୍ରଦ୍ଧାଞ୍ଜଳୀଟି ଏହି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍