STORYMIRROR

LALIT MOHAN DASH

Abstract Comedy Inspirational

3  

LALIT MOHAN DASH

Abstract Comedy Inspirational

ହେ ଜଗନ୍ନାଥ

ହେ ଜଗନ୍ନାଥ

1 min
205


ହେ ଜଗନ୍ନାଥ ହେ ଜଗନ୍ନାଥ

ଫେରେଇଦିଅ ମୋର ସେଇ ଅତୀତ

ହେ ଜଗନ୍ନାଥ l


ଫେରେଇ ଦିଅ ମୋର ସେପିଲାଦିନ

ଫେରେଇ ଦିଅ ଧୂଳି ଖେଳ ଜୀବନ 

ଫେରେଇ ଦିଅ ମୋର ସେଇ ସମୟ

ଯେବେ ଟାଣୁଥିଲି ତୁମ ଖେଳନା ରଥ,

ହେ ଜଗନ୍ନାଥ l


ପଲକ ମାତ୍ରେ ଯାଏ ସମୟ ଚାଲି

ପାଦେ ପାଦେ ମିଳେ ସେଚୋରାବାଲି

ଫେରେଇ ଦିଅ ମୋର ପଛ ସମୟ 

ଆଗକୁ ଟାଣନା ଆଉ ଜୀବନ ରଥ,

ହେ ଜଗନ୍ନାଥ l


ଯେତେବଢେ ସେତେ ମୁଁ ପଡୁଛି ଭାଜି

ଚାଟଶାଳୀ ବନ୍ଧୁ ମୁଁ ଲୋଡଇ ଆଜି

ଝୁରୁଅଛି ମନ ମୋର ସେଇ ସମୟ

ଫେରେଇ ସେଦିନ ମୋତେ କର କୃତାର୍ଥ,

ହେ ଜଗନ୍ନାଥ l



Rate this content
Log in

Similar oriya poem from Abstract