Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

B Shankar Mishra. Zitunana

Comedy

3  

B Shankar Mishra. Zitunana

Comedy

ନିମନ୍ତ୍ରଣ

ନିମନ୍ତ୍ରଣ

1 min
158



ନିମନ୍ତ୍ରଣ କଲେ ବନ୍ଧୁ ଜଣେ ଆସି

ପାହିଥିଲା ବୋଧେ ମଙ୍ଗଳ ରାତି,

ଅନ୍ନପ୍ରାସନ ମୋ ପୁଅର ହୋଇବ

ଶୁକ୍ରବାର ତମେ ଆସ ନିହାତି ।


ତାପଛେ ଆସିଲେ ଆଉଜଣେ ବନ୍ଧୁ

ନିମନ୍ତ୍ରଣ କଲେ ବ୍ରତଘରକୁ,

ଶନିବାର ତମେ ସନ୍ଧ୍ୟାରେ ପହଞ୍ଚି

ଆଶିର୍ବାଦ ଦେବ ମୋର ପୁଅକୁ ।


ବାରଟା ବେଳକୁ ଛକ ଛୁଆ କିଛି

ନିମନ୍ତ୍ରଣ ଦେଲେ ଘରକୁ ଆସି,

ଗଣେଷ ପୂଜାକୁ କ୍ଲବକୁ ଆସିବେ

ଭୋଗ ଟିକେ ଦେବୁ ଖାଇବେ ବସି ।


ବିବାହବାର୍ଷିକ ବାୟା ଭାଇଙ୍କର

ମୋବାଇଲେ କଲେ ସେ ନିମନ୍ତ୍ରଣ,

ସାନଭାଇ ଦୁଇ ମିଟୁ, ପବନାକୁ

କହିଲେ ସାଙ୍ଗରେ ଧରିକି ଆଣ ।


ପୁଅ ବାହାଘର ହେବ ବୁଧବାର

ନିମନ୍ତ୍ରଣ କାର୍ଡ ହାତରେ ଧରି

ପରିବାର ଯେତେ ଭୋଜିକି ଆଣିବ

କହିଗଲେ ତମେ ବର ଯାତିରୀ ।


ଘରପ୍ରତିଷ୍ଠା ମୋ ଗୁରୁବାର ଅଛି

ମନେରଖିବେ ମୁଁ କହିଯାଉଛି,

ଘରର ସଭିଙ୍କୁ ନେଇ ପହଞ୍ଚିବେ

ମନ୍ଦିର ପ୍ରସାଦ ଅର୍ଡର୍ ଦେଇଛି ।


କୋଉଠି କ'ଣ ମୁଁ ଉପହାର ଦେବି

ଭାବିଭାବି ଖାଲି ମୁଣ୍ଡ ବିନ୍ଧୁଛି,

ସାଙ୍ଗଟିର କଲ ଉଠେଇଦେଲି ଯେ

ସନ୍ଧ୍ୟା ଭୋଜି ପାଇଁ ଚାନ୍ଦା ମାଗିଛି ।


ଯିବି କି ନଯିବି ସ୍ଥିର ହେଉନି ଯେ

ନିମନ୍ତ୍ରଣ ବାଣେ ହୁଏ ଘାଇଲା,

ଭୋଜି ଖର୍ଚ୍ଚ ଦିଅ, ଔଷଧ ବି କିଣ

ଶ୍ହ ପେଟ ଯଦି ପୁଣି ଦାଉ ସାଧିଲା ।


ନିମନ୍ତ୍ରଣରୁ ହିଁ ଜୀବନ ଏ ସୃଷ୍ଟି

ନିମନ୍ତ୍ରଣ ସାଥେ ଯୋଡ଼ା ଜୀବନ,

ନିମନ୍ତ୍ରଣ ଯୋଡ଼ା ପୁଣି ମୃତ୍ୟୁ ସହ

ସତେ ନିମନ୍ତ୍ରଣ ବିନା ତୁ ମୂଲ୍ୟହୀନ ।


          

     


Rate this content
Log in

Similar oriya poem from Comedy