STORYMIRROR

B Shankar Mishra. Zitunana

Others

4  

B Shankar Mishra. Zitunana

Others

ଦୀପାଳି

ଦୀପାଳି

1 min
395


କାହାର ପୁନେଇଁ

କାହାର ଉଆଁସ

ଦୁନିଆର ଏ କି ବିଚିତ୍ର ଲୀଳା,

ଲକ୍ଷ୍ମୀଙ୍କ ବରରେ ରାତି ଚହଟଇ

କାଳୀଙ୍କ ପ୍ରଭାବେ ହୁଏ ଯେ କଳା ।।


ଏଠି ଧନୀଦରିଦ୍ରଙ୍କ ନିଇତି ମେଳା

କାହାର ମୁଣ୍ଡରେ ଛାତ ଥାଏ ପୁଣି,

ଆକାଶ ତଳେ କେ ଗଡେ ଫୁଙ୍ଗୁଳା ।।


ଏଗୋ ମାଆ କାଳୀ

ଦେଶକୁ ବଞ୍ଚାଅ ପକାଅ କିଛିଙ୍କୁ ଗିଳି

ଅନ୍ୟାୟ ହଟୁ ପଡ଼ନ୍ତୁ କିଛି ସେ ଟଳି 

ଦେଶ ହିତ ପାଇଁ ଆଜି ମୁଁ କରୁଛି ଅଳି ।।


           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍