STORYMIRROR

B Shankar Mishra. Zitunana

Comedy

4  

B Shankar Mishra. Zitunana

Comedy

ହିଇଟି ନାଟକ

ହିଇଟି ନାଟକ

1 min
244


ସକାଳଟାରୁ କି ବୋବାଲ ଗରମ ହଉଚି

ସାମ୍ନା, ପଛ ଛାଡ଼ ଗଳିକନ୍ଦିରୁ ବି ସଲସଲ ହେଇ ବୋହିଯାଉଚି

ସବୁ ତାତିଯାକ ଏକାଠି ମିଶିକି ବାହାରଭିତର ଘାଣ୍ଟୁଚି,

ରାଗତକ ବୋଧେ ଶୁଝୁଚି, ଆଉ ଦିହଟା କିମିତି ଲାଗୁଚି

ଇଏ ହିଇଟି ନାଟକ ଚାଲିଚି ।


ସତେ ଦିହର ଝରଣା ଛୁଟିଛି

ବନ୍ଧବାଡ଼ କିଛି ମାନୁନି ସେ ଜମା ସବୁ ଓଦା କରିଦଉଚି

କୋଳ କିମ୍ବା ମୂଳ ଯାହା ଆଶ୍ରା ନେଲେ

ଛୁଞ୍ଚିକୁ ତା ଫୋଡି ସିଏ ଖେଦୁଚି,

ଖାଲି କୁଲ କୁଲ ଖୋଜୁଚି

ଇଏ ହିଇଟି ନାଟକ ଚାଲିଚି।


ଓଆରଏସ ପିଅ, ତୁରାଣୀ ବି ପିଅ

ଗାମୁଛା ଧର କି ଛତାଟେ ମୁଣ୍ଡାଅ

ଖାଲି ଡହଳବିକଳ କରି ମାରୁଚି

ଶୀତତାପ ଯନ୍ତ୍ର ହାର ମାନେ ତାଠି,

ତାତି ତାତି ପୁରା ଦିହ ଶିଝୁଚି

ଇଏ ହିଇଟି ନାଟକ ଚାଲିଚି।


ସତ ନିଆଁ କି ଉପରୁ ଢାଳୁଚି

ଢଙ୍କେଇ ହେବାକୁ ମନାକରେ ଦିହ

ଫୁଙ୍ଗୁଳା, ଲଙ୍ଗଳା ବୁଲୁଚି

ଗଛ ଛାଇ ତାକୁ କୋଉ ମିଳିବ ଯେ,

ତାପମାତ୍ରା ତେଜେ କାନମୁଣ୍ଡକୁ ସେ ଖାଲି କୁଟୁଚି

ଇଏ ହିଇଟି ନାଟକ ଚାଲିଚି।


ଯା'ର ସାଉଁଳା ହାତଟା ସନ୍ତୋଷ ଦିଅଇ

ସେ ହାତକୁ ବି ହଟ ହଟ କହୁଚି

ଲାଳେ, ଝାଳେ ଗୋଟା ଦିହ ଭିଜୁଚି,

ଖାଲି ପଖାଳ ସାଙ୍ଗକୁ ବରଫ ପାଣିଟା

ଆତ୍ମାକୁ ବଞ୍ଚେଇ ରଖୁଚି

ଇଏ ହିଇଟି ନାଟକ ଚାଲିଚି।


ଚୁଲିମୂଳୁ ତାର କୁହାଟ ଶୁଭୁଚି

ଝାଳପାଣି ଝୋଳ ହୋଇ ମିଶୁଚି

ଆଦର କରି ମୁଁ ହାତ ବିଞ୍ଛଣାରେ

ଚୁଲିମୂଳେ ବସି ତାକୁ ବିଞ୍ଚୁଚି,

କିଲିବିଲି କରି ହିଟ୍ କୁଟିକୁଟି ଜୀବନକୁ ଇଏ ଭାରି ଫେଣ୍ଟୁଚି

ଇଏ ହିଇଟି ନାଟକ ଚାଲିଚି ।


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy