ମୋ କବିତା
ମୋ କବିତା
କବିତାଟେ ଭାବୁଅଛି ହେଉ ସୁମଧୁର
ପୁଣି ଉଚ୍ଚକୋଟୀର, ହେଲେ
ସାରେଗାମା ପାଧାନି ରୁ ଆଗଉନି ସ୍ୱର ।
ଗଣେଶ ବନ୍ଦନାରୁ ଭାବେ ଆରମ୍ଭ କରିବି
ସେଠି ପୁଣି ସରସ୍ବତୀଙ୍କୁବି ମୁଁ ଲୋଡିବି,
ଭାବିଛି ମୋ କବିତାରେ ଏ ଦୁହେଁ ମୁରବୀ ।
ଓଁ ପରେ କଣ କହି ତାଙ୍କୁ ମୁଁ ପୂଜିବି
କି ମନ୍ତ୍ର ଗାଇକି ତାଙ୍କ ଆଳତି କରିବି,
ଭାବୁଛି ବଜାର ଯାଇ ବହିଟେ କିଣିବି ।
ମନ୍ତ୍ର ତାଙ୍କ ଭୁଲକଲେ ଦୁହେଁ ଯେ ରାଗିବେ
ଅଭିଶାପ ଦେବା ସହ ଜାଳି ମୋତେ ଦେବେ,
ଏଣୁ ସ୍ମରଣେ ଆଣି ମୁଁ ତାଙ୍କ ଆଶୀର୍ବାଦ ଲଭେ ।
ସ୍ମରଣେ ସେପଟୁ ଶୁଭେ ଟିଣି ନାଙ୍ଗ ଟିଣି
କାନମୂଳ କରେ ସିଏ ମୋର ଝିଣିଝିଣ,
କବିତାକୁ ମୋର ଆଉ ପାରୁନି ମୁଁ ଛିଣି ।
ହ୍ଳି୍ଙ୍ଗ, କ୍ଳିଙ୍ଗ ଗାଇ ଆଗେ ଛଡ଼ାଣଟେ କରେ
ଦେବଦେବୀ ଯେତେକଙ୍କୁ ବଳି ଦେଇସାରେ,
ମନଟାକୁ ଆଗେ ମୋର ଟିକେ ଦାଣ୍ଠ କରେ ।
ଭାବିଥିଲି କବି ହୋଇ ବାହାବାଃ ନେବି
ଉତ୍କର୍ଷ ଶବ୍ଦକୁ ଆଣି କୋଉଠୁ ଥୋଇବି,
କବିତା ମୋ ନବୁଝିଲେ କି ମନ ଜିଣିବି ।
କାହିଁ ମିଳୁନାହିଁ ଏଠି ଉଚ୍ଚ ପରିବେଶ
ସୁମଧୁର କବିତା କି ହୋଇବ ମୋ ଶେଷ,
କରିବି କାହିଁକି ଏଠି ବୃଥା ଅବଶୋଷ ।
କରିଦେବି କବିତା ମୋ ଏତିକିରେ ଇତି
ଇଚ୍ଛାକୁ ମୋ ରଖିଥାଏ ଏଇଠି ସାଇତି,
ଆଶା ନାହିଁ ମୋର ଏଠୁଁ କେବଳ ମୋ ସ୍ମୃତି ।
