STORYMIRROR

B Shankar Mishra. Zitunana

Tragedy

4  

B Shankar Mishra. Zitunana

Tragedy

ସପନର ଦୁନିଆ

ସପନର ଦୁନିଆ

1 min
370


ଶୁଭକାମନା କି ଶୁଭେଚ୍ଛା ଜଣାଏ

ନିଇତି ମୁଁ ବନ୍ଧୁମାନଙ୍କୁ,

ସମାଲୋଚନା ବି କିଛିଏଁ କରନ୍ତି

ତାର ଇଚ୍ଛା ନୁହେଁ କାମଧନ୍ଦାକୁ ।।


ଫୁରୁସତ ନାହିଁ ଆମ ପାଶେ କାହିଁ

ନଜର ଦେଉନି ସେସବୁ,

କେଜାଣି କେମିତି ଘାଣ୍ଟିପାରେ ଏତେ

ବାବୁ କି ଲାଭ ସେଠୁଁ ତୁ ପାଇବୁ ।।


ବୋଧେ ବୁଝି ପାରନାହିଁ ମୋ ମାନଭାବକୁ

କାହିଁକି ଏଥିରେ ମାତେ,

ହୃଦୟ କଥା ମୁଁ ଖୋଲି କହିଥାଏ

ସେଠୁଁ ଶାନ୍ତି ମିଳିଥାଏ ମୋତେ ।।


ବର୍ତ୍ତାଳାପ ପାଇଁ ଇଚ୍ଛା କରୁଛ କି

କାଇଁ ଲାଗେନି ତୁମ ସ୍ୱଭାବୁ,

ଦେଖାଣିଆ ତୁମେ ବ୍ୟସ୍ତ ଥାଅ ବୋଲି

ଜାଣି ମନ୍ଦ ଲାଗେ ସେସବୁ ।।


ପାରୁନାହଁ ତୁମେ ସମ୍ପର୍କ ରଖିବା

ସ୍ୱୀକାର କରକି କେବେ,

ବଡ଼ଲୋକ ବୋଲି ଜଣାଇ ଦେଉଛ

ଲୁଚିଅଛି ତୁମ ସ୍ୱଭାବେ ।।


ଅଶାନ୍ତି ଟିକିଏ ଦୂର କରିବାକୁ

କରିଥାଏ ସଦା ପ୍ରୟାସ,

ପଇସାରୁ କେବେ ସେ ଶାନ୍ତି ମିଳେନି

କହିପାର ବାଜେ ଅଭ୍ୟାସ ।।


ସମ୍ପର୍କ ଭିତରେ ଯୋଡ଼ି ରହିବାକୁ

ବାଛିଛି ୟାକୁ ମୋ ମାଧ୍ୟମ,

ଦୂରେ ଥାଇ ତୁମେ ଜାଣିଥାଅ ବନ୍ଧୁ

ନିତି ମନେକରେ ନାମ ତୁମ ।।


ମନେକରେ ନାହିଁ କି ଭଲ କି ମନ୍ଦେ

ରଖିବ କି ଏ ବନ୍ଧୁପଣିଆ,

ମନଟା ତମର ଜଣେଇ ଦେଉଛି

ମୋ ସମ୍ପର୍କ ଯେମିତି ଅଳିଆ ।।


ଡରେନି ମୁଁ କେବେ ଅପ୍ରିୟ ସତକୁ

ଖୋଲାଖୋଲି ଦିଏ ବଖାଣି,

ଟାଉଟରି, ଚୁଗୁଲି ମୋ ଦ୍ଵାରା ହୁଏନି

ଥାଅ ବନ୍ଧୁଏଁ ମୋ ଜାଣି ।।


ଯେମିତି ବି ଥାଅ ସୁଖେ ଥାଅ ବନ୍ଧୁ

ମୁଁ ହୋଇଥାଇ ପାରେ ବାଜେ,

କିନ୍ତୁ ଖୁସି ବାଣ୍ଟୁଥିବି ଏଇଠି ମୁଁ ନିତି

ଇଏ ଚରିତ୍ର କୁ ମୋର ମାଜେ ।।


ବନ୍ଧୁଙ୍କର ଖୁସି ଧ୍ୟାନେ ଥାଏ ସଦା

ପାରିବିନି ରହି ଦୂରେଇ,

ଖରାପ ଭାବିଲେ ଭାବୁଥାଅ ପଛେ

ଦେଇପାର ମୋତେ ଆଡେଇ ।।


ହୃଦୟ କଥା ମୋ ଖୋଲି କହିଦେଲି

ମନରେ ନରଖି କିନ୍ତୁ,

ମଲା ପରେ ମୁଁ ହୋ କହୁଥିବ ତୁମେ

ଗୋଟେ ବେକାରିଆ ଲୋକ ଜିତୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy