STORYMIRROR

B Shankar Mishra. Zitunana

Tragedy

3  

B Shankar Mishra. Zitunana

Tragedy

ସ୍ୱାର୍ଥପର

ସ୍ୱାର୍ଥପର

1 min
179


କଣ କରିବ ହୋ ତମେ

ଜାଣିଲା ପରେ  

ମୁଁ କେଡେ ସ୍ୱାର୍ଥପର

ସ୍ୱାର୍ଥ ନଥିଲେ ଭଗବାନ ବି ଅଲୋଡ଼ା

ଯଦି ଭୋକ, ଶୋଷ ନଲାଗେ

ମୋ ପାଇଁ, 

ନିଆଁ, ପାଣି, ପବନ ବି ଅଲୋଡ଼ା

ମୁଁ ଜୀଇଁଛି ତ କେବଳ ମୋ ସ୍ୱାର୍ଥ ପାଇଁ

ଏକ ଅଜବ ଜୀଵ ନୁହେଁ କି ମୁଁ

ସ୍ୱାର୍ଥରେ ହିଁ ବଞ୍ଚେ, ସ୍ୱାର୍ଥରେ ମରେ ।।


ଆଉ ସମ୍ପର୍କ ??

କି ସମ୍ପର୍କ

ମୁଁ ବୁଝେନି କିଛି

ସେଟା ମୋ ପାଇଁ ମୂଲ୍ୟହୀନ

ବାପାମାଆଙ୍କୁ ବି ଚିହ୍ନେନି ମୁଁ

ମୁଁ ପା ରକ୍ତ ଶୋଷେ ସ୍ୱାର୍ଥ ପାଇଁ

ସୂର୍ଯ୍ୟ ଓ ଜହ୍ନ, ଗ୍ରହ ସବୁ 

ବିଜ୍ଞାନ, ଗଣିତ, ଭୂଗୋଳ ସବୁ ତ ମୋ ସ୍ୱାର୍ଥ ସାଥୀ

କାହିଁକି ଭାବିବି ମୋ ଛଡା ଅନ୍ୟକିଛି

ମୋ ସ୍ୱାର୍ଥ ପାଇଁ ମୁଁ ପା ଗଢିପାରେ ପୁଣି ଭାଙ୍ଗିଦିଏ ।।


ମୁଁ ପରା ମୁଁ

ଦୁନିଆଟାକୁ ସଜାଇଛି ସ୍ୱାର୍ଥପର

ଜାଣିପାରୁନ, ମୋ ସ୍ୱାର୍ଥରେ ମୁଁ କେତେ

କ୍ଷମତାଶୀଳ, ବଳଶାଳୀ

ମୋ ହାତ ମୁଠାରେ ସମସ୍ତେ ନିୟନ୍ତ୍ରିତ

ମୋତେ ଟକ୍କର ଦେବା ଅସମ୍ଭବ ସମ ।।


      


Rate this content
Log in

Similar oriya poem from Tragedy