STORYMIRROR

B Shankar Mishra. Zitunana

Comedy

3  

B Shankar Mishra. Zitunana

Comedy

ଆସୁନ ମିଶନ୍ତେ

ଆସୁନ ମିଶନ୍ତେ

1 min
178


ଚାଲୁନ ଟିକିଏ ମିଶନ୍ତେ

ଚା' କପେ କପେ ମାରନ୍ତେ

କୋଳାହଳ ଦିନେ କରନ୍ତେ

ଭାତ, ଡାଲି, ଖଟା ରାନ୍ଧନ୍ତେ

ମୁଢି, ମାଉଁସ ବି ଖାଆନ୍ତେ 

ପିଲା ବୟସକୁ ଫେରନ୍ତେ

କୁଣ୍ଢାକୁଣ୍ଢି ହେଇ ଖୁସିରେ ନାଚନ୍ତେ, ଡିଅଁନ୍ତେ

ଦିନଟିଏ ଆମେ ମାଟିକୁ କାଦୁଅ କରନ୍ତେ

କଳେ ପାନ ଖଣ୍ଡେ ଜାକନ୍ତେ

ତାସପାଲି ଟିକେ ପିଟନ୍ତେ

ଝିଅ ଯେତେ ପୁଚି ଖେଳନ୍ତେ

ପୁଅ ହୁଇସିଲ ବଜାନ୍ତେ

ଜାଙ୍କାଜୁଙ୍କି ସହ କବାଡି ଟିକିଏ ଖେଳନ୍ତେ

ଆସୁନ ଟିକେ ପିଲାବେଳଟାକୁ ଘାଣ୍ଟନ୍ତେ 

ଚୁଟି ମେଲେଇକି ଉକୁଣୀକୁ ସିଏ ବାଛନ୍ତେ

ଗାମୁଛା ପିନ୍ଧିକି ପୁଅ ପୋଖରୀରେ କୁଦନ୍ତେ

ହାଣ୍ଡିଫଟା ଖେଳ କରନ୍ତେ

ଧରାଧରି ହୋଇ ନାଚନ୍ତେ

ରାଗ, ଅଭିମାନ ଭୁଲନ୍ତେ

ଖେଳାଖେଳି କରି ବୟସକୁ ଆମ ଗଡାନ୍ତେ

କିହୋ ଆସୁନ ଟିକିଏ ମିଶନ୍ତେ

ଦିନଟିଏ ପାଇଁ ଜଞ୍ଜାଳରୁ ଦୂରେ ରହନ୍ତେ

ପିଲା ବୟସକୁ ଫେଣ୍ଟନ୍ତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy