STORYMIRROR

B Shankar Mishra. Zitunana

Tragedy

3  

B Shankar Mishra. Zitunana

Tragedy

ମୁଁ କିଛି ଲୁଚାଇବିନି ତୁମକୁ

ମୁଁ କିଛି ଲୁଚାଇବିନି ତୁମକୁ

1 min
18


ମୋ ଗରିବ ଗହଣା ତୋତେ ମାନିବକି

ପାଖେ ନାହିଁଲୋ ତୋ ପାଇଁ ଶବ୍ଦ ଭଣ୍ଡାର,

ସଜେଇବି ତୋତେ କେମିତି ରୂପେଲୋ 

ତୋତେ ଢାଳି ପାରିବିନି ଅତର ।। 


ସିନ୍ତି ତୋ ମଥାରେ ଦେଇ ମୁଁ ପାରୁନି

ବେକେ ହାର, କାନଫୁଲ ବି କାହିଁ,

ତୋ ରୂପା ପାଉଁଜିକୁ ମୋ ପାଖେ ନିଅଣ୍ଟ

ମୋ ମୁଣ୍ଡ ତ ସେଥକୁ ନାହିଁ ।।


ପାର୍ଲରକୁ ଘୃଣା ବହୁତ ମୋହର

ସେଠି ତୋତେ କେବେ ନେବିନି,

ପାଉଡର ଆଉ ଅଳତା ଦେଇଲୋ

ତୋ ରୂପକୁ ବିଦାରିବିନି ।।


ତୋତେ ଚାନ୍ଦର ରୂପ ବି ଦେବିନାହିଁ ମୁଁଲୋ

କଇଁ, ଗୋଲାପ ବି କହିବିନି,

ପ୍ରକୃତି ସାଥେ ବି ତୋତେ ତୋଳିବିନି

ତୋତେ ଭାବିଛି ମୁଁଲୋ ମୋ ଧମନୀ ।।


ଅପରୂପ ତୋର ସୌନ୍ଦର୍ଯ୍ୟ ଦେଖିଲି

ଏ ଯୁଗେ ବଦଳି ଗଲାଣି,

ଆଧୁନିକ ରଙ୍ଗ ତୋ ଦେହେ ବୋଳିଲୋ

ତୋର ରୂପ ଶସ୍ତା କରି ଦେଲେଣି ।।


ଯତନ ତୋହର କେମିତି ନେବିଲୋ

ମୁଣ୍ଡରେ ଚିନ୍ତା ଘାରଇ,

କେମିତି ଶେଯଲୋ ପାରିଦେବି ତୋତେ

ତୁଲୋ ଶାନ୍ତିରେ ପାରିବୁ ଶୋଇ ।।


ମନକଥା ଆଜି କହିଲି କିଛିଲୋ

ତୁ ମୋ ଛାତି ଭିତରେ ଲୋ ସଳିତା,

ତାଙ୍କ ଭାଷାରେ ବି ଦୁଃଖୀ ହେବୁନି ତୁ

ସ୍ଵଭାବ ତାଙ୍କଲୋ ବାଚାଳତା, ବର୍ବରତା।।


ତୋତେ ଦୁଃଖ ଦେବିନି କି ହସେଇବି ନାହିଁ

ଜମା ବାନ୍ଧି ପାରିବିନି ବହି,

ଯାହା ତୋ କଥାକୁ ଭାବେ ମୁଁ ଯେବେଲୋ

ଏଠି ସାମ୍ନାରେ ଦିଏ ଲୋ କହି ।।


ତୋହରି ରୂପଲୋ ଆଖିରେ ନାଚେ ମୋ

ତୋ ସପନ ଦେଖେ ମୁଁ କେତେ,

ଜନମ ଜନମ ଆପଣା ରଖିବୁ

ଲୋ କବିତା.. ଆଡେଇ ନଦେବୁ ସତେ ।।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy