STORYMIRROR

abinash acharya

Abstract Comedy Romance

3  

abinash acharya

Abstract Comedy Romance

ସନ୍ଦେହୀ ପ୍ରିୟା

ସନ୍ଦେହୀ ପ୍ରିୟା

1 min
123

ନଜର ବନ୍ଦୀ ସେ କରିକି ରଖିଛି

ଏକାକୀ ଛାଡେନି ଜମା

ସିବିଆଇ ଠାରୁ କମ୍ ନୁହେଁ ସେ

ବଡ଼ ସନ୍ଦେହୀ ମୋ ପ୍ରିୟତମା...!!


ଫୋନକୁ ମୋର ଲୁଚିଛପି ଦେଖି

ୱାଟସ୍ ଆପ୍ ହ୍ୟାକ କରିଛି

ମୋ ଫୋନର ମେସେଜ ସବୁ ସେ

ତା ଫୋନରେ ପଢୁଛି..!!


ଶାଳୀ ଭିଣୋଇଙ୍କ ମଦ ପିଆ କଥା

ପେପର ଟିଭିରୁ ଦେଖିକି

ତା ସିଷ୍ଟର ସହ କଥା ନ ହେବାକୁ

ମତେ ସେ ତାଗିଦ୍ କରିଛି...!!


ଦିନ ରାତି ଦେଖି ଟି.ଭି ସିରିଏଲ୍

ମୁଣ୍ଡକୁ ଖରାପ କରୁଛି

ଘର ବାହାରକୁ ପାଦ ମୁଁ କାଢ଼ିଲେ

ଶହେ କୈଫତ ମାଗୁଛି....!!


ଅଫିସ୍ ରୁ ଟିକେ ଡେରିରେ ଫେରିଲେ

ମୁହଁକୁ ଫୁଲାଇ ବସୁଛି

ପଚାରିଲେ ତାକୁ କାରଣଟା ସିଏ

ମହାଭାରତଟେ ରଚୁଛି....!!


ଆଉ କୋଉ ଝିଅ ନଜର ଲାଗିଛି

ତା ' ମାଆ ଠାରୁ ଶୁଣିକି

ଗୁଣିଆ ପାଖରୁ ଡେଉଁରିଆ ଆଣି

ମୋ ହାତରେ ଗୋଟେ ବାନ୍ଧିଛି...!!


ବେବି,ଧନ କିଏ ଡାକିଦେଲେ ମତେ

ଛାତିରେ ଫୁଟେ ତା ବୋମା

ଏମିତିକା କଳି ଲଗାଏ ସେଠି ସେ

ସତେକି କାର୍ଗିଲ ସୀମା...!!


ସନ୍ଦେହର ଏଇ କାରାଗାରେ ରହି

ଅଣ ନିଃଶ୍ୱାସି ମୁଁ ହେଲିଣି

ଛାଡ଼ପତ୍ର ଏବେ ମୁକତିର ପଥ

ପ୍ରେମ ମୋ ଚୁଲିକି ଗଲାଣି...!!


ଅଭିଯୋଗ ତାର ସବୁବେଳେ, ତାକୁ

ଭଲ ମୁଁ ପାଉନି ଜମା

ଯେତେ ବୁଝାଇଲେ ବୁଝେ ନାହିଁ ସିଏ

ବଡ଼ ସନ୍ଦେହୀ ମୋ ପ୍ରିୟତମା...!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract