Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Comedy

3  

Kunja Bihari Dalai

Comedy

ଅଧା ଲଙ୍ଗୁଳୀ

ଅଧା ଲଙ୍ଗୁଳୀ

1 min
204



  ନାତି କହେ ଜେଜେ ଖଣ୍ଡଗିରି ଠାରେ

      ପଡିଛି ସର୍କସ ଖେଳ ,

      ଚାଲ ଆମେ ଯିବା ଆଖିରେ ଦେଖିବା

      ଜୋକରଙ୍କ ହାସ୍ୟ ରୋଳ ।


ଜେଜେ-ଦୁଇଦିନ ହେଲା କମର ଧରିଛି

      ସଳଖି ପାରୁନି ଅଣ୍ଟା ,

      ସିଧା ଠିଆ ହେବା କଷ୍ଟ ଦିଏ ଭାରି

      ନିରର୍ଥକ ସବୁ ଚେଷ୍ଟା ।


ନାତି- ଯାଇଥିଲେ ଜେଜେ ଦେଖିଥାନ୍ତ ହାତୀ

      କରୁଛି ଗଣେଶ ପୂଜା ,

      ଘୋଡା ବାଘ ଭାଲୁ କୁକୁର ନେଉଳ

      କରୁଛନ୍ତି କେତେ ମଜା ।


ଜେଜେ-କି'ମଜା ଦେଖିବି ଆଣ୍ଠୁରେ ଯନ୍ତ୍ରଣା

      ବସିବା ନୁହେଁ ସମ୍ଭବ ,

      ଚାଲି ଚାଲି ଯାଇ ସର୍କସ ଦେଖିବା

      ମୋ ପାଇଁ ଯେ ଅସମ୍ଭବ ।


ନାତି-  ଜାଣିଛ'ନାଁ ଜେଜେ ସର୍କସରେ କାଳେ

      ଝିଅ ଖେଳୁଛନ୍ତି ଦୋଳି,

      ସୁନ୍ଦରୀ ଯୁବତୀ ରଶିରେ ଚାଲନ୍ତି

      ସେ ପୁଣି ଅଧା ଲଙ୍ଗୁଳୀ ।


ଜେଜେ-ଭାରି ଜିଦିଆ ତୁ ନ'ଗଲେ ସାଥିରେ

      ଯିବୁନି ସର୍କସ ଏକା ,

      ତୋ ଖୁସି ପାଇଁ ମୁଁ କଷ୍ଟେ ମଷ୍ଟେ ଯିବି

      ଥାଉ ପଛେ ଅଣ୍ଟା ରକ୍କା । 




Rate this content
Log in

Similar oriya poem from Comedy