STORYMIRROR

Kunja Bihari Dalai

Others

4  

Kunja Bihari Dalai

Others

ଡର ଲାଗେ ବନ୍ଧୁ ପଣ

ଡର ଲାଗେ ବନ୍ଧୁ ପଣ

1 min
360


ବିଶ୍ୱାବସୁ ପ୍ରିୟ ଥିଲ   କେମିତି ତାଙ୍କୁ ଠକିଲ

      ଭକ୍ତକୁ ଦୂରେଇ ଦେଇ ପାଶୁ ତୁମ୍ଭର 

କପଟ କଲ ଗୋସାଇଁ   ରାଜା ପ୍ରେମେ ହୋଇ ବାଇ 

      ରାତା ରାତି ଛାଡିଗଲ ନୀଳକନ୍ଦର 

        ବିଦ୍ୟାପତି ସ୍କନ୍ଧରେ ବସି

    ଚୋରଙ୍କ ପରାଏ ସେଠୁ ଆସିଲ ଖସି ।


ବରଷକେ ଥରେ ନାଥ   ହୁଏ ତୁମ ରଥ ଯାତ

      ଖୁସିରେ ଖୁସିରେ ଯାଅ ମାଉସୀ ଘର

ସାଥେ ଧରି ବଡଭାଇ   ଭଉଣୀ ସୁଭଦ୍ରାମାୟୀ

      ଭକତ ଗହଳି ଥାଏ ଚତୁଃପାର୍ଶ୍ୱର 

        ସିନ୍ଧୁଜେମା ମନ୍ଦିରେ ଏକା

    ହୁନ୍ଦର କଲ କିପାଇଁ ମନ୍ଦର ଟେକା ।


ଗଢାହେଲା ଯେବେ ମୂର୍ତ୍ତି   ବିଶ୍ୱକର୍ମା ହସ୍ତ କୀର୍ତ୍ତି 

      ସେଥିରେ ବି ଥିଲା ଛଳ ଅନ୍ତର୍ନିହିତ 

ସ୍ୱୟଂ ଇଚ୍ଛାରେ ଶରୀର   ଗଢାଇଲ ଚକ୍ରଧର

      ଅଧା ଗଢା ଦେହ ପାଇଁ ରାଣୀ ନିନ୍ଦିତ

        ସେ'ତ ଥିଲେ ପରମ ଭକ୍ତ 

    ଅଯଥାରେ କଲ କିଆଁ ଅପମାନିତ ।


ଡରଲାଗେ ହୃଦୟକୁ   ବନ୍ଧୁପଣେ ବାନ୍ଧିବାକୁ 

      ଛଳନା କରିବ କାଳେ ମୋହ ସାଥିରେ 

ନୁହେଁ ଭକ୍ତ ସାଲବେଗ   ନାହିଁ ମୋ ଦାସିଆ ଭାବ

      ପରୀକ୍ଷା ପାରିବି ଦେଇ ଦୃଢ ଚିତ୍ତରେ 

        ନାହିଁ ମୋର ସାହାସ ଧୈର୍ଯ୍ୟ 

    ସହିବି କେମିତି କୁହ ଏମିତି କାର୍ଯ୍ଯ ।


ଅତୁଟ ରହୁ ବିଶ୍ବାସ   ନ'ଆସୁ ମୋ ମନେ କ୍ଳେଶ 

        ରହିଥାଉ ଲୟ ସଦା ପାଦପଦ୍ମରେ

ଜୀବ ଥିବା ଯାକେ ମୋର   ଜପୁଥିବି ନାମ ତୋର 

      ଏତକ ମାଗୁଣି ପୂର୍ଣ୍ଣ କର ଠାକୁରେ

        ମାଗୁ ନାହିଁ ଧନ ରତନ

    ଯିବା ବେଳେ ସାଥେ ଥାଉ ମାନ ସମ୍ମାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍