ଶୀତୁଆ ସଂଜ
ଶୀତୁଆ ସଂଜ
ମନେ ପଡେ ଆଜି ପିଲାଦିନ କଥା
ଆସେ ଯେବେ ଶୀତଦିନ ,
ଜେଜେ ଜେଜୀମାଙ୍କ ଅସରନ୍ତି ସ୍ନେହ
ମନକୁ କରେ ଆଚ୍ଛନ୍ନ ।
ସୁଲୁ ସୁଲୁ ବହେ ଉତ୍ତରା ପବନ
ଶୀତୁଆ ସଂଜ ବେଳାଟି ,
ସଂପୂର୍ଣ୍ଣ ଶରୀର ଲାଗଇ କାଲୁଆ
ଥରି ଉଠେ ଦାନ୍ତ ପାଟି ।
ଜେଜେ ବସିଯାନ୍ତି କମ୍ବଳ ଘୋଡାଇ
ଜାକି ଜୋକି ହୋଇ ଖଟେ ,
ଉଷୁମ ହେବାକୁ ପୁଷି ବିଲେଇଟା
ତାଙ୍କ ପାଦ ତଳେ ଲୋଟେ ।
ବସିଯାଉ ଆମେ ନାତି ନାତୁଣୀଏଁ
ଜେଜେଙ୍କ ଚାରି ପଟରେ ,
ଗପ କୁହ ଜେଜେ ଅଳି କରୁଥାଉ
ଅନୁନୟ ଭରା ସ୍ୱରେ ।
ଜେଜେମା ପ୍ରସ୍ତୁତି ମସଲା ମୁଢ଼ିକୁ
ପକାଇ ଗଣ୍ଡେ ପାଟିରେ ,
ଆରମ୍ଭ କରନ୍ତି ଗଳପ କହିବା
ନିଶକୁ ମୋଡି ଥାଟ୍ଟରେ ।
ଗଳ୍ପ ଶୁଣୁ ଶୁଣୁ ଶୋଇଯାଉ ଆମେ
ଭିଡି ମୋଡି ତାଙ୍କ ପାଶେ ,
ନିଜ କମ୍ବଳକୁ ସଯତ୍ନେ ଘୋଡାଇ
ଦିଅନ୍ତି ଜେଜେ ହରଷେ ।
ସେକାଳ ପଖାଳ ଏବେ ଆଉ କାହିଁ
ଅପ୍ରାପ୍ତ ସ୍ନେହ ସୋହାଗ ,
ଯୌଥ ପରିବାରେ ଏକତ୍ର ରହିବା
ନାହିଁ କା'ର ଅନୁରାଗ ।