Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minati Pradhan

Abstract Others

4  

Minati Pradhan

Abstract Others

ରାବଣ ଦର୍ଶନ

ରାବଣ ଦର୍ଶନ

1 min
246


ସେଦିନ ପଡିଆରେ

ଢୋ ଢୋ କରି

ଫୁଟୁଥିଲା, ରାବଣର

ଦଶମୁଣ୍ଡ ଆତସବାଜି ସହ |

ରାବଣପୋଡି ଉତ୍ସବରେ

ପଡିଆରେ ଠପଠପ

ଗଳି ପଡୁଥିଲା, ନେତାଙ୍କ ଭାଷଣ

ଓ ଆୟଯୋକଙ୍କ ବକ୍ତୃତା |


ମୋତେକିନ୍ତୁ ଦିଶୁଥିଲା

ରାବଣ ଦର୍ଶନ.....

ବେଦଜ୍ଞ ଓ ଦଶ ମସ୍ତିଷ୍କର

ବୁଦ୍ଧିମତ୍ତା ମୁଣ୍ଡ |

ସ୍ଵର୍ଣ ଲଙ୍କା କଣ ବନିଥିଲା

ଏମିତି ବିନା ସୁଶାସନେ?


ଦିଶୁଥଲା, ଉଦରମତ୍ତା ଭାଇର

ଜକଜକ ଆଖି ଲୁହ....

ଭଉଣୀର ଅପମାନ ପାଲଟିଲା

କାଳକ୍ରମେ ପ୍ରତିଶୋଧ ବହ୍ନି.....

ରଖିଲା ଅଶୋକ ବନେ

ବରଷ ବରଷ |

ନାରୀର ଇଚ୍ଛାକୁ

ସମ୍ମାନ ଦେଇ ସଜିଲା ସେ

ପ୍ରକୃତ ପୁରୁଷ |

ଶତ୍ରୁ ନିମତ୍ରଣ ସାଦରେ ସ୍ବୀକାରି

ଜ୍ଵଳନ୍ତ ଦୃଷ୍ଟାନ୍ତ ସାଜି

ବିଜ୍ଞ, ମହାନ ବ୍ୟକ୍ତିତ୍ବର |


କିନ୍ତୁ ପର ସ୍ତ୍ରୀ ହରଣ ପାପର ବୋଝ

ସବୁଦିନ ତା ଲଲାଟ ପଟେ

ସେପାଇଁ ଜଳୁଛି ସେ ପ୍ରତିବର୍ଷ

କାହିଁ କେତେଦିନୁ ତିଳତିଳ ହୋଇ |


ରାବଣଠୁ ଯଥେଷ୍ଟ କ୍ରୂର ଭୟଙ୍କର

ରାକ୍ଷସ ବୁଲନ୍ତି ଫାଙ୍କାରେ ଆଜି

ତାର କଳନା ହିଁ ନାହିଁ |

ଏମିତି ରାଜ୍ୟର କଳ୍ପନାରେ ଡୁବନ୍ତି

ସମସ୍ତେ; ଯେଉଁଠି ନାରୀ ସାଜେ ତେଜ୍ୟା

ଅନ୍ୟ ଖୁସି ପାଇଁ |


ନାରୀକୁ ପଣ୍ୟ ମଣୂଥିବା

ସମାଜର ଭବିଷ୍ୟତ କେବଳ ଅନ୍ଧକାର,

ଭାଷଣବାଜିର ଫାଙ୍କା ଆବାଜରେ |

ସମାଜରେ ନାରୀ ସୁରକ୍ଷାର ବାସ୍ତବତା ହିଁ

ରାବଣପୋଡି ଉତ୍ସବ ପ୍ରକୃତରେ |


Rate this content
Log in

Similar oriya poem from Abstract