STORYMIRROR

Kabiratna Nutan Kumar Behera

Abstract Inspirational

4  

Kabiratna Nutan Kumar Behera

Abstract Inspirational

ପ୍ରଶ୍ନ ଓ ପ୍ରେମ

ପ୍ରଶ୍ନ ଓ ପ୍ରେମ

1 min
361


ପ୍ରଶ୍ନ ଓ ପ୍ରେମ ଏକ ଚୁମ୍ବକର ଦୁଇ ମେରୁ ପରି

ଗୁଣ ଧର୍ମରେ ହୋଇଥାନ୍ତି ବିପରୀତମୁଖୀ

ଯେଉଁଠି ପ୍ରେମକୁ ନେଇ ପ୍ରଶ୍ନ ଉଠେ

ସେଠାରେ ପ୍ରେମ ପ୍ରୀତି କି ସଦଭାବ ନଥାଏ

ପ୍ରେମ ପବିତ୍ର ଚିରନ୍ତନ ସତ୍ୟର ପ୍ରତୀକ

ମନରେ ଆସୁଥିଲେ ଶଙ୍କା ସନ୍ଦେହ ଅବିଶ୍ବାସ

ଆସେ ବହୁ ପ୍ରଶ୍ନ ଯା'ର ଉତ୍ତର ମିଳେନା ସହଜେ

ହୃଦୟ ଥିଲେ ଶାନ୍ତ ନିଷ୍ପାପ ସ୍ଵଚ୍ଛ ନିର୍ମଳ 

ଆତ୍ମଭରସା ଆତ୍ମବିଶ୍ଵାସ ହୋଇଥାଏ ସୁଦୃଢ଼

ଗଢ଼ି ଉଠେ ପ୍ରେମର ରଙ୍ଗମୟ ରଙ୍ଗମହଲ

କିଛି ପ୍ରଶ୍ନର ଘେର ସୃଷ୍ଟି କରେ ନାହିଁ ଅନ୍ତରାୟ

ଭଲ ପାଇବା ତ ସ୍ୱର୍ଗୀୟ ଈଶ୍ଵରଙ୍କ ବରଦାନ

ପ୍ରେମରେ ସନ୍ଦେହ ଅର୍ଥ ଈଶ୍ଵରଙ୍କୁ ଅସ୍ବୀକାର

ସାରା ସଂସାରକୁ ବାନ୍ଧି ରଖିଥାଏ ପ୍ରେମ

ଶାରୀରିକ ଆକର୍ଷଣ କେବେ ପ୍ରେମ ନୁହେଁ

ଏ ତ ସୁସ୍ଥ ମାନସିକତାର ଏକ ଅତୁଟ ବନ୍ଧନ

ଜୀବନକୁ କରିଥାଏ ସରସ ସୁନ୍ଦର ମଧୁମୟ

ପ୍ରଶ୍ନ ଓ ପ୍ରେମ ବା ପ୍ରେମ ଓ ପ୍ରଶ୍ନ ଦୁହେଁ ଯାକ 

କେବେ ଗୋଟିଏ ପଥର ପଥିକ ହୋଇ ନ ଥା'ନ୍ତି

ଯଦି କୌଣସି ପରିସ୍ଥିତିରେ ପ୍ରଶ୍ନ ଉଠେ

ମନର ପ୍ରେମ ବା ଭଲ ପାଇବାକୁ ନେଇ

ସଙ୍ଗେ ସଙ୍ଗେ ତା' ଉତ୍ତର ମିଳିଯାଏ ଅନାୟାସେ

ପ୍ରେମ ହିଁ ସବୁ ପ୍ରଶ୍ନର ଦେଇଥାଏ ଯଥାଯଥ ଉତ୍ତର

ପ୍ରଶ୍ନ ଅସ୍ଥାୟୀ ନଶ୍ଵର ପ୍ରେମ ଅମର ଶାଶ୍ଵତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract