Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minati Pradhan

Classics

3  

Minati Pradhan

Classics

ଶିଳାର କାହାଣୀ

ଶିଳାର କାହାଣୀ

1 min
7.0K


ଭଗ୍ନ ସଭ୍ୟତାର ନଗ୍ନ ରୂପ

ନା ନଗ୍ନ ସହରର ଭଗ୍ନ ରୂପ

ନିରୂପଣ କରିବା କଠିନ !


ହୋୟଶାଳାର ଭଗ୍ନଶୀଳାରେ

ପୋତା ଅନେକ କାହାଣୀ ....

ନିସ୍ତବତା ଓ ଶୂନ୍ୟତାରେ ଭାସିବୁଲେ

କା' ମନର କରୁଣ ରାଗିଣୀ ...


ଆଲୋକ ଅନ୍ଧାରରେ ଲୁହ ଭିଜା

ଲୁଚା ଛପା ଅନେକ ଖେଳ.....

କାନେଇ ଶୁଣିଲେ ଶୁଭେ ବାଦକର ବାଦ୍ୟ

ନର୍ତ୍ତକୀ ପଦର ରୁଣୁ ଝୁଣୁ ତାଳ .....


ରାଜକୁମାରୀଙ୍କ କେଶ ବିନ୍ୟାସ ବେଳେ

ଝରିପଡେ ମୃଦୁ ମୃଦୁ ହସ ....

ସଖୀଙ୍କ ଟାହି ଟାପରା,

ଚର୍ଚ୍ଚା ଅନେକ ସରସ ....


ସୈନ୍ୟ ଦଳ ମାଡି ଯାନ୍ତି

ଧାଡି ଧରି ଖଣ୍ଡା ଢାଲ ବେଶ

ଜନ୍ମରୁ ମୃତ୍ୟୁ ଯାଏ ପଣ

ରହିବାକୁ ମୁନିବର ଦାସ


ହାତୀଶାଳେ ସୈନିକର କାନ୍ଧ

ଭାରକ୍ରାନ୍ତ, ଧର୍ମର ଭାରି ବୋଝ ତଳେ

ପରମ୍ପରାର ଦ୍ବାହି ଦେଇ, ସ୍ଵର୍ଗ ପ୍ରାପ୍ତି

ଆଶା ନେଇ ଜିଅନ୍ତା ସମାଧି ବେଳେ


ବୈକୁଣ୍ଠ ଲାଳସାରେ

ନାହିଁ ଭୂଲ-ଠିକର ବିଚାର

ନା ଅବା ଅଛି ସେଠି ମୋହ,

ଓ ଅନୁଭବ କଷ୍ଟ ଆପଣାର


ଅନେକ ସ୍ମୃତିର ସମ୍ଭାର

ମୂକସାକ୍ଷୀ, କାହାଣୀ ସବୁର

ନୀରବେ ସହୁଛି ବର୍ଷା-ପବନ-ଖରା-ତାତି

ଉନ୍ମାଦନା କିଛି ଆଶା ପାଇବାର


ବେଳେ ବେଳେ

ସମୟ ହିଁ ଶୂନ୍ୟ ଗର୍ଭା ସାଜେ

ନିରାଶା, ହା' ହତାଶରେ

ଅତୀତର ଅସ୍ତିତ୍ଵ ବି ହଜେ


(The tradition of being buried alive along with the dead master is engraved in the ancient rocks of Hoyasala dynasty.)


Rate this content
Log in

Similar oriya poem from Classics