Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minati Pradhan

Others

3  

Minati Pradhan

Others

ରଥଯାତ୍ରା

ରଥଯାତ୍ରା

1 min
13.2K


କାଳିଆ !

ତୁ ତ ବାହାରୁ ରଥ ଯାତରା ରେ

ବରଷକୁ ଥରେ

ଭାଇ-ଭଉଣୀଙ୍କ ସହ |

ସଚ୍ଚା ଭକ୍ତ ଯିଏ ,

ଚାହିଁ ରହିଥାଏ ଅଷାଢ ମାସ କୁ

ତୁଟାଇ ନପାରି

ତତେ ଦେଖିବାର ମୋହ |


ଆଜି କିନ୍ତୁ ଏଇ ପବିତ୍ର ଯାତ୍ରାଟି

ପାଲଟିଛି ବାଣିଜ୍ୟିକ |

ନେତା, ମନ୍ତ୍ରୀ ଆଉ ବେପାରୀ

ମାନଙ୍କ, ସମ୍ବରଣ ନାହିଁ

ପ୍ରସିଦ୍ଧ ହେବାର ଭୋକ |


ଚ୍ୟାନେଲ, ବ୍ୟାନର, ଯେତେ ରାଜନୀତି

ସବୁ ତୋ' ଆଢରେ ଚଳେ |

ଦେଖାଣିଆ ଭାବ, ଅଯଥା ଚର୍ଚାରେ

ଏକ ଆରେକକୁ ବଳେ |


ଭକ୍ତି, ଶ୍ରଦ୍ଧା ଆଉ ସାଧୁତା,

ସପନ ହୋଇଛି,

ନିସ୍ଵାର୍ଥପରତା ତ

କେବେଠୁ ଗଲାଣି ଉଡି |

ସାଲବେଗ ଆଉ ଦାସିଆ ବାଉରି

କେବେ ଜନ୍ମିବେ କିଏ ବା କହିବ ପାରି?


ରଥଯାତ୍ରାର ମାହାତ୍ମ୍ୟକୁ ନେଇ

କେତେ କେତେ ଆଲୋଚନା,

ଜୀବନ ଯାତ୍ରାରେ ଆପଣେଇ ତାକୁ,

ମଣିଷ ଜାତିଟା ମହାନ ହୋଇଲେ,

ହୁଏତ ପୁରିବ ସଭିଙ୍କ ମନ କାମନା |


Rate this content
Log in