STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ଭିଜା ଭିଜା ବର୍ଷାଦିନ

ଭିଜା ଭିଜା ବର୍ଷାଦିନ

1 min
308


ପୁଲକିତ କରେ ତନୁ ମନ

ପ୍ରେମିକ ପ୍ରେମିକାଙ୍କ

ମନ କୁ କରେ ଉଚ୍ଛନ୍ନ

ସବୁଜ ସୁନ୍ଦର ହୁଏ ବିଲ ବନ

କି ସୁନ୍ଦର ଆହା ସେ

ଭିଜାଭିଜା ବର୍ଷାଦିନ।।


ମନେ ପଡେ ଶୈଶବର

କଥା ମାନ

ଭିଜି ଭିଜି ବର୍ଷାରେ

ଆନନ୍ଦ ମିଳେ ଭସାଇ

ନାନା ପ୍ରକାର କାଗଜ ଡଙ୍ଗା ମାନ

ଗାଁ ଦାଣ୍ଡେ ବର୍ଷା ସୁଅ ରେ

ଯେବେ ହୁଅନ୍ତି

କାଗଜ ଡଙ୍ଗା ଭାସମାନ

ଆହା କି ଆନନ୍ଦ ଉଲ୍ଲାସ ହୁଏ

ଆମ ସେ ଚପଳମତି ଶିଶୁ ମନ

କି ସୁନ୍ଦର ଆହା ସେ

ଭିଜା ଭିଜା ବର୍ଷାଦିନ ।।


ବୋଉ ହାତ ରନ୍ଧା ଛତୁ ପୋଡା

ଶାଗ ଭଜା ଚୁନା ମାଛ ପୋଡା

କି ସୁଆଦ ଲାଗେ ସେହି ଖାଦ୍ୟ ମାନ

ବରଷା ସାଙ୍ଗକୁ ଶୀତୁଆ ପବନ

ଚୁଲି ଝିଙ୍କା ପାଶେ ବସି

ଗରମ୍ ପକୁଡି ଗରମ୍ ବରା

ଆହା କି ସୁନ୍ଦର ସ୍ଵାଦ ଜାଣ

ଗରମ୍ ମୁଢି କୁ ଛଣା ପକୁଡି

ହୋଇଥାଏ ସିନା ସବୁର କାରଣ

କି ସୁନ୍ଦର ଆହା ସେ

ଭିଜା ଭିଜା ବର୍ଷାଦିନ ।।


ନୀଳ ଆକାଶ ହୁଏ ମେଘାଚ୍ଛନ୍ନ

ବିଜୁଳି ମାରଇ ଘନ ଘନ

ଜଳ ଉତ୍ସ ସବୁ ହୁଏ ପୂର୍ଣ୍ଣ

ଶୋହେ ଇନ୍ଦ୍ର ଧନୁର ସପ୍ତ ବର୍ଣ୍ଣ

ଶସ୍ୟ ଶ୍ୟାମଳା ହୁଏ ବିଲ ବନ

ପୁଛ ଟେକି ନାଚେ ମୟୂର ଜାଣ

ନଭେ କରି ମେଘକୁ ଦର୍ଶନ

କି ସୁନ୍ଦର ଆହା ସେ

ଭିଜା ଭିଜା ବର୍ଷାଦିନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract