STORYMIRROR

Sudhir Mohapatra

Abstract

4  

Sudhir Mohapatra

Abstract

ତୋ ପାଇଁ କିଛି ପ୍ରଶ୍ନ

ତୋ ପାଇଁ କିଛି ପ୍ରଶ୍ନ

1 min
280

କହିବୁ କି ପ୍ରିୟା କବରୀରେ ତୋର ଖୋସିବି ମୁଁ 6କଉଁ ଫୁଲ

ଯେ ଫୁଲ ସୁବାସ ବାସର ରାତିର ହୋଇପାରେ ସମତୁଲ ।

କେଉଁ ପିଆଲାରେ ଭରି ପିଆଇଲେ ମଧୁଭରା ମଧୁରସ

ସମତୁଲ ହେବ ମଧୁରାତି ପ୍ରୀତି-ଭରା ସୁମଧୁର ଭାଷ ।

କେଉଁ ମନ୍ତରରେ ମନ୍ତୁରାଇ ଦେଇ ଛୁଇଁଲେ ଦେହକୁ ତୋର

ମଥାନତ କରି ଲାଜ ଚାହାଣିରେ ସମର୍ପି ଦେବୁ ଶରୀର ।

କେତେ ସେନେହରେ ବାନ୍ଧିଲେ ସଜନୀ ହୋଇବି ଅତି ନିଜର

ମୋ 6ସନେହ ବଳେ ବାପା ଭାଇଙ୍କୁ ତୁ ଝୁରିବୁନି ବାରବାର ।

କେଉଁ ବିଶ୍ଵାସରେ ତୋ ଠାରେ ବିଶ୍ୱାସ ରଖିବି କହ ସଙ୍ଗୀନୀ

ସାତ ଜନମକୁ ସଦା କାଳେ ହେବୁ ତୁ ମୋର ଅନୁଗାମିନୀ ।।


Rate this content
Log in

Similar oriya poem from Abstract