STORYMIRROR

Sudhir Mohapatra

Abstract

4  

Sudhir Mohapatra

Abstract

ସମୟକୁ କିଛି କାଳ ଉଧାର ମାଗିଚି

ସମୟକୁ କିଛି କାଳ ଉଧାର ମାଗିଚି

1 min
7


ଭାବୁଚି, ନା ତୁମକୁ ମୁଁ ଲୁଚେଇବିନି କିଛି

ଖୋଲି ଖାଲି କହିଦେବି ସବୁ

ଯାହା ସବୁ

ମୁଁ କହିଦେବା ନିତାନ୍ତ ଜରୁରୀ

ଆଉ,

ତୁମେ ଶୁଣିବା ବି ।

କବାଟ, ଝରକା ସବୁ ଏବେ ବନ୍ଦ୍

ଆଲୋକ ବି ପ୍ରଶମିତ,

ତେବେ କହିଲ ଦେଖି

ଆମ କୋଠରୀ ବାହାରେ ଥିବା

ଆଖି ଆଉ ମନ ସବୁ..

ଗଲାଦିନକୁ, ଆସିବା ଦିନକୁ

କେତେ ରଙ୍ଗିନ୍ କରୁଥିବେ

ସ୍କୃତିରେ... ଖିଆଲରେ !

କଳ୍ପନା ଆଉ ଭାବନାର ଚିତ୍ର ଜାଲରେ ଏବେ ବନ୍ଦୀ

ଆମ ଚତୁପାର୍ଶ୍ଵର ମତୁଆଲା ମନସବୁ

ହେଲେ..

ବାସ୍ତବ ଏଠି କଡ଼ ଲେଉଟାଉଚି, ମୁହଁ ଲୁଚାଉଚି-

ଗତ ଦିନର, ଘଟଣାର

ଦଗ୍ଧ ଜତୁଗୃହରେ.. ତିଳତିଳ ଜଳି ।

ଭାବୁଚି, ନା... ତୁମକୁ ମୁଁ ଲୁଚେଇବିନି କିଛି

ଅତୀତ ସହ ଥିବା ମୋର ଅତୀତ ସମ୍ପର୍କ

ବିଶ୍ଵାସ ସହ.. ବିଶ୍ଵାସଘାତର ଦଲିଲ୍ ଦସ୍ତାବିଜ୍‌

ସବୁ ସତ...

ହେଲେ, ବର୍ତ୍ତମାନ ପାଖରେ ମୁଁ

ଗୃହବନ୍ଦୀଟିଏ...!

ବିଶ୍ୱାସ କର ଅତୀତଠୁ ଦୂରରେ ରହି

ବର୍ତ୍ତମାନ ସହସନ୍ଧି କଲାପରେ,

ମୁଁ ଏବେ ତୁମ ଇଶାରାରେ... |

କଥା ଦଉଚି.... ତୁମକୁ କିଛି ନ ଲୁଚାଇ

ଆଜିଠୁ ସେ ସବୁ କବର ଦେଉଚି

ଭୁଲିବାକୁ କିନ୍ତୁ ...

ସମୟକୁ କିଛି କାଳ ଉଧାର ମାଗିଚି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract