Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhir Mohapatra

Romance

4  

Sudhir Mohapatra

Romance

ଫଗୁଣର ପ୍ରୀତି ରଙ୍ଗ

ଫଗୁଣର ପ୍ରୀତି ରଙ୍ଗ

1 min
3


ଫଗୁଣ ରଙ୍ଗରେ ଭିଜିବାକୁ ମନ

ମାନୁନି ସଜନୀ ଜମା

ଥରେ ଯା' ଦେହରେ ଲାଗିଯାଏ ସଖୀ

ଦିଏ ଗୋ ମଧୁଜାତନା ।

ଲାଲ୍ ଟହଟହ ଫଗୁ ରଙ୍ଗରେ ତୁ

ଭିଜିବାକୁ ନାହିଁ ମନା

ଥରେ ଭିଜିଗଲେ ଆରେ ପ୍ରିୟ ସହି

ସେ ରଙ୍ଗ ଓଦା ଶୁଖେନା ।

ରଙ୍ଗରେ ନଥାଏ ମାଦକତା ଆଉ

ଫୁଲରେ ନ ଥାଏ ବାସ

ଲାଲ୍ ଟହଟହ ରଙ୍ଗର ପସରା

ରଙ୍ଗ କୁସୁମ ପଳାଶ ....

ବାସହୀନ ଯେଣୁ ପ୍ରାଣ ସଜନୀରେ

ସେ ତ ଆଦର ପାଏନା ।

ଆ' ରେ ସଜନୀ ମନଭରି ଭିଜି-

ଯିବା ଫଗୁଣର ରଙ୍ଗେ

ଜନମେ ଜନମେ ମିଶି ରହିଥିବା

ଦୁହେଁ ଦୁହିଁଙ୍କର ସଙ୍ଗେ...

ପ୍ରତି ଫଗୁଣରେ ଝରାଇଦେବା ଗୋ

ପୀରତି ମଧୁ ଝରଣା ।।



Rate this content
Log in

Similar oriya poem from Romance