Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhir Mohapatra

Tragedy

3  

Sudhir Mohapatra

Tragedy

ପ୍ରତାରଣା

ପ୍ରତାରଣା

1 min
334



ମାଟି ଏ’ଠି ପ୍ରତାରିତ

ପ୍ରତାରିତ ମଣିଷର ମନ

ପ୍ରତାରଣା ଭାରି ଶସ୍ତା ଯେଣୁ

ତା’ର ସଂଜ୍ଞା ନିତାନ୍ତ ଗହନ ।


ପ୍ରତାରଣା ପ୍ରହେଳିକା ଏ’ଠି

ପ୍ରତାରଣା କୁହୁକ କୁସୁମ

ପ୍ରତାରିତ କରି କେ କାହାରେ 

ହୁଏ ସଦା ନିତ୍ୟ ଓ ନୂତନ ।


ମୂଳ ଏଠି କାଣ୍ଡକୁ ଜାଣେନି

ପତ୍ର ଫୁଲ ଫଳ ବେଶି ଦୂର

ପ୍ରତାରଣା ପାହାଡ ଛାତିରୁ

ପ୍ରତାରିତ ପ୍ରତାରଣା ଝର ।


ଆସ ଏବେ ପ୍ରତାରଣା ସହ

ପ୍ରତାରିତ ବନ୍ଧୁର ବନ୍ଧନେ 

ଯୋଡିଦେବା ସମ୍ପର୍କର ଡୋରି

ପ୍ରତାରିତ ମନ ଉପବନେ ।


ପ୍ରତାରଣା ପ୍ରତାରିତ ଯେଣୁ 

ଆଉ କାର କଥା କେ ପଚାରେ

ପ୍ରତାରଣା କରେ ନା କେ କାରେ

ପ୍ରତାରିତ ହୁଏ ନିଜେ -

ପ୍ରତାରଣା ହସ୍ତରେଖା, ଦଗାଦିଆ -ଭଗ୍ନହୃଦୟରେ ।



Rate this content
Log in

Similar oriya poem from Tragedy