STORYMIRROR

Sudhir Mohapatra

Others

3  

Sudhir Mohapatra

Others

ଈଶ୍ୱର : ଶରଶଯ୍ୟାରେ

ଈଶ୍ୱର : ଶରଶଯ୍ୟାରେ

1 min
225


କାହାପାଇଁ ଆଣିଚ କହିଲ

ଏତେ ସବୁ ସୁସ୍ୱାଦୁ ସୁବାସିତ ଦ୍ରବ୍ୟ

ଆକାପାଇଁ କରିଚ ପ୍ରତୀକ୍ଷା

କିଏ ବା ଏସବୁ ଖାଇବ ?

ପ୍ରଶ୍ନକଲି ଯେତେସବୁ 

ଉତ୍ତର ,ନ ଥିଲା କା ତୁଣ୍ଡେ 

ପରଖିଲି ଯାହାସବୁ ସଜ୍ଜିତ ହୋଇଚି

ସମର୍ପିତ ହେବ- ଏଇ ବଡଦାଣ୍ଡେ ।

କିଏ ନେବ ପାତ୍ରକୁ ସ୍ୱହସ୍ତେ

ଲାଗି କରିବାକୁ ଶ୍ରୀଛାମୁରେ 

ଶୁ୍ଦ୍ଧମନ୍ତ୍ର ଗାନେ

ବିକଳରେ କେ କାନ୍ଦେ ନିଇତି

ତାହା ସବୁ ପଡେନାହିଁ କାନେ ।

ଈଶ୍ୱର ବି-

ନୀରବ ନିଶବ୍ଦ ନିଶ୍ଚଳ କାକ୍ଟସ୍ର 

କଂଟକିତ ଦେହେ

ଗାଢନିଦ୍ରାରେ ଭୀଷ୍ମ ଶରଶଯ୍ୟା ପରି


ଛାଡ, କଣ ବା ମିଳିବ ଆଉ ଏଠି

ଯୋଉଠି ଈଶ୍ୱର ନାଚାର


ଈଶ୍ୱରୀୟ ସତ୍ତାମାନେ ସମାଧିସ୍ଥ

ସେଠି ଆଉ କେଉଁ ଈଶ୍ୱରଙ୍କୁ ଖୋଜିବାରେ

ଅଯଥା ସମୟ ନଷ୍ଟ କରନା 


ଅପେକ୍ଷା କର - 

ହୁଏତ ଈଶ୍ୱର ଫେରିପାରନ୍ତି :

ତାଙ୍କ ଇଲାକାକୁ -

ନୀଳତେଜ ଶୁଭ୍ରାଲୋକ ବଳୟମଧ୍ୟରୁ

ଏଠିକୁ ସେଠିକୁ ଆଉ ସବୁଠିକୁ 

ଯୋଉଠି ଆଂଜୁଳି ପାତି ବସିଥିବ

କୋରଡ ଆଖି - 

ମେରୁଦଣ୍ଡ ଛୁଊଁଥିବା ନାଭିବ୍ରହ୍ମ- 

ଜଳୁଥିବା ଉଦରର ଅନ୍ଧାରି ଆଲୋକେ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍