STORYMIRROR

Sudhir Mohapatra

Romance

3  

Sudhir Mohapatra

Romance

ଖିଏ ହସ

ଖିଏ ହସ

1 min
316


ତମେ ମାଗିଦେଲ ଯୋଉଦିନ ପ୍ରିୟ

ଚେନାଏ ମିଠା ପରଶ

ଅଭିସାରିକା ମୁଁ ସାଜିଲି ସେଦିନୁ

ଦେବାପାଇଁ ସୁଧା ରସ ।

ତମେ ଆଙ୍କିଦେଲ ମନ ଆକାଶେ ମୋ

ସାତରଙ୍ଗି ଇନ୍ଦ୍ରଧନୁ

ମୁଁ ବିଂଚିଥିଲି ସାରା ମୁଲକରେ

ରଙ୍ଗର ପସରା ତେଣୁ ...

ଆଙ୍କିଥିଲି ଭରା ସପନ ଦିନେ ଯା

ଲିଭି ହୋଇଲା ନୀରସ ।

ହସ ଖିଏ ପାଇଁ ଅଳି କରିଥିଲି

ଦେଲ ଅସରା ବେଦନା

ସେ ବେଦନା, ଆଜି ମୋପାଇଁ ହୋଇଚି

ମଧୁର ପ୍ରୀତି ଲଗନା

ପାଇବା ଆଗରୁ ହରାଇଚି ବୋଲି

ନାହିଁ ତିଳେ ଅବଶୋଷ !





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance