ଖିଏ ହସ
ଖିଏ ହସ
ତମେ ମାଗିଦେଲ ଯୋଉଦିନ ପ୍ରିୟ
ଚେନାଏ ମିଠା ପରଶ
ଅଭିସାରିକା ମୁଁ ସାଜିଲି ସେଦିନୁ
ଦେବାପାଇଁ ସୁଧା ରସ ।
ତମେ ଆଙ୍କିଦେଲ ମନ ଆକାଶେ ମୋ
ସାତରଙ୍ଗି ଇନ୍ଦ୍ରଧନୁ
ମୁଁ ବିଂଚିଥିଲି ସାରା ମୁଲକରେ
ରଙ୍ଗର ପସରା ତେଣୁ ...
ଆଙ୍କିଥିଲି ଭରା ସପନ ଦିନେ ଯା
ଲିଭି ହୋଇଲା ନୀରସ ।
ହସ ଖିଏ ପାଇଁ ଅଳି କରିଥିଲି
ଦେଲ ଅସରା ବେଦନା
ସେ ବେଦନା, ଆଜି ମୋପାଇଁ ହୋଇଚି
ମଧୁର ପ୍ରୀତି ଲଗନା
ପାଇବା ଆଗରୁ ହରାଇଚି ବୋଲି
ନାହିଁ ତିଳେ ଅବଶୋଷ !

