STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶୀର୍ଷକ:- ସ୍ମୃତି ଓ ପ୍ରଶ୍ନ

ଶୀର୍ଷକ:- ସ୍ମୃତି ଓ ପ୍ରଶ୍ନ

1 min
281


ରାଗ:- ନଟବାଣୀ


ଥିଲା ବ୍ୟତୀତ ଜୀବନ ପଶୁର ଆକାର 


ସ୍ମୃତି ରହି ଅଛି ଚିତ୍ର ଷାଠିଏ ବର୍ଷର !!


ନ ଥିଲା ସୁବିଧା କିଛି ଗାଆଁ ଗହଳିରେ


ଜଙ୍ଗଲ ପ୍ରକାର ଦୃଶ୍ୟ ଅତୀତ କାଳରେ !!


ବରକୋଳି ଖାଇ ଭାଇ ବ୍ୟତୀତ ଜୀବନ


ସ୍ମୃତି ରହି ଅଛି ସେହୁ କର୍ଣ୍ଣରେ ଗୁଞ୍ଜନ !!


କାହିଁ ରାସ୍ତା ଘାଟ ଥିଲା ଟି କାଦୁଆ ଧାର


କାହିଁ ଥିଲା ଘର ଥିଲା ଟି ମାଟିର ଘର !!


କାହିଁ ବିଜୁଳି ବତି, ଥିଲା ଟି ଡିବିରି ବତି


କାହିଁ ଭାଇ ଜନଙ୍କର ଜୀବନେ ବା ଶାନ୍ତି !!


ସ୍କୁଲ ଥିଲା ତେବେ ଟି ମାଟି ତାଳର ଘର


ବାତ୍ୟା ପ୍ରତିବର୍ଷ ତାକୁ କରେ ଛାରଖାର !!


ପଡ଼ୁଥିଲେ ବାଳକହେ ଗଛର ହିଁ ମୂଳେ


ସରକାର ଧ୍ୟାନଭାଇ କାହିଁ ସେହୁ କାଳେ !!


ସ୍ବାଧୀନର ସୁଖ କାହିଁ ଥିଲା ଜନଙ୍କର


ନଥିଲା ସୁବିଧା କିଛି ଗାଆଁ ବାସୀଙ୍କର !!


ହୋଇଲେ କିପରି ନେତା ସ୍ବାଧୀନ ଦେଶରେ 


ରଖିଲେ ଗାଆଁକୁ ନେତା ସର୍ବଦା ଦୁଃଖରେ!!


ନ କଲେ ସୁବିଧା ନେତା ଗାଆଁ ପାଇଁ କିଛି


ଖାଇଲେ ବିକାଶ ଟଙ୍କା ଗାଆଁ ବାଛି ବାଛି !!


ଗାଆଁ ଗାଆଁ ଥିଲା ମୈତ୍ରୀ ସେବା ଶାନ୍ତି ଭାବ


ତ୍ୟାଗ ସତ୍ୟ ଅହିଂସାର ଭକ୍ତି ପ୍ରେମ ରାବ !!


ପରିବର୍ତ୍ତନ ଟି ଦେଖ ଏବେ ଯେ ହେଉଛି 


ସୁସଜ୍ଜିତ  ଗାଆଁ  କେତେ ସୁନ୍ଦର ଦିଶୁଛି !!


ପକ୍କା ରାସ୍ତା ପକ୍କା ଘର ନୂଆ କଳେବର


ଯୁବା ଓ  ଯୁବତୀ ଯହିଁ  ଶିକ୍ଷିତ ଅପାର !!


ଗାଆଁ ଡି ଜି ଟା ଲ ଆତ୍ମନିର୍ଭର ଟି ବ୍ୟକ୍ତି 


ଉନ୍ନତି ପ୍ରଗତି ପଥେ ଯୁବା ଓ ଯୁବତୀ !!


ଦୀର୍ଘ ବର୍ଷ ପରେ ସ୍ୱ ତ ନ୍ତ୍ର ତା ଅନୁଭବ


ଦିଏ ସ ର କା ର ଗ୍ରାମେ ସୁବିଧା ଅପାର !!


ଯାହା ନହୁ ଥିଲା କେବେ ଏବେ ହେଉଅଛି


ଅମୃତ ଏ  କାଳ  ଯହୁଁ ଦେଶେ ଆସିଅଛି !!


ସ୍ମୃତି ପ୍ରଶ୍ନ କିମ୍ପା ଆଜି ମନେ ଉଠୁ ଅଛି?


ନୂଆ ଭାରତକୁ ଦେଖି ଖୁସି ଲାଗୁ ଅଛି !! 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract