STORYMIRROR

Bidyadhar Mantry

Abstract Inspirational

4  

Bidyadhar Mantry

Abstract Inspirational

ଅଯଥା ଭୟ

ଅଯଥା ଭୟ

1 min
313


ସବୁ କଥା ଠିକ୍ ରେ ବୁଝି ହେଉନି

ରାସ୍ତା ଅନେକ

କେଉଁ ରାସ୍ତାରେ ଯିବା

ଜଣେ ଖୁସି ତ ଆଉ ଜଣେ ନାରାଜ

ଭାବିଲେ ମନରେ ଭୟ ।


ଯଦି ଆଦର କରିବା କାହାକୁ

ଡର ଲାଗୁଛି, କାଳେ ସମ୍ପୂର୍ଣ ବୁଝିଜିବ !

କାହାକୁ ଦୁଃଖ କହିଲେ

ଥଟ୍ଟା ରେ ଉଡେଇ-ଦେବାର ଭୟ

ଭୟ ମନକୁ ଘେରି ଯାଉଛି।


ରୋଜଗାର କମ୍ ହେଲେ

ଗରିବ ର ଆଖ୍ୟା, ଗରିବ ର ଇଜ୍ଜତ କାହିଁ !

ଅମାପ ଧନ ର ଅଧିକାରୀ ହେଲେ

ପାଇସବାଲା,ଅହଙ୍କାରୀ କହିବେ

ସେଇ ଭାବନା ର ଭୟ ବି ମନରେ।


କାହାକୁ ସାହାଯ୍ୟ ନ କଲେ

ନିଷ୍ଟୁର କହିବେ

ସାହାଯ୍ୟ କରିବାର ହାତ ବଢାଇଲେ

ମୁର୍ଖ ସହିତ ତୁଳନା କରିବେ

ଦ୍ୱିଧା ମନରେ,ଭୟ ବି ମନରେ।


ସ୍ତ୍ରୀ ର କଥା କୁ ସମ୍ମାନ ଦେଲେ

ସ୍ତ୍ରୀ ବୋଲ-କରା, ପତ୍ନୀଙ୍କ ଅନୁଗ୍ରାହୀ କହିବେ

ନିଜ ଘର ଲୋକଙ୍କୁ ସମ୍ମାନ ଦେଲେ

ପତ୍ନୀ ସହିତ ସମ୍ପର୍କ ତିକ୍ତ

ଉଭୟ ପାର୍ଶ୍ଵ କୁ ଠିକ୍ ହେବାର ଇଚ୍ଛା

ସମ୍ଭବ ନୁହେଁ ବୋଲି ମନରେ ଭୟ।


ଜଣେ ପୁରୁଷ ହେବା,ବହୁତ କଷ୍ଟକର

ପ୍ରକୃତ ଭାଇ ହୋଇ ରହିବା,ଆହୁରି କଷ୍ଟକର

ରାମଙ୍କ ପରି ସ୍ବାମୀ ହେବା ବି କଷ୍ଟକର

ରାମଙ୍କ ପରି ପୁଅ ହେବା ବି ବଡ କଷ୍ଟକର

ସୁଦାମା ଓ କୃଷ୍ଣ ପରି ବନ୍ଧୁ,ଏବେ ମିଳିବା ସନ୍ଦେହ

ଏହି ସବୁ କଥା ଭାବି ମନରେ ଭୟ।

ମନର ଅଯଥା ଭୟ ହିଁ ସବୁ ପ୍ରଗତି ର ଭୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract