ଅକାଳେ ଅମ୍ବିକା
ଅକାଳେ ଅମ୍ବିକା
ଷଷ୍ଠ ଦିବସରେ ପୂଜନ ତୋର ମା
କାତ୍ୟାୟନୀ ଏ ସ୍ବରୂପ
ମନବାଞ୍ଛା ପୂର୍ଣ୍ଣ କର ମା ଭବାନୀ
ଅକାଳେ ଅମ୍ବିକା ରୂପ !
ସିଂହ ପରେ ବସି ଆସୁ ମା ଧରଣୀ
ଜଗତ କଲ୍ୟାଣ ପାଇଁ
ମହିମା ତୋହର ଦେବେ ଅଗଚର
ଥାଏ ବସୁନ୍ଧରା ଚାହିଁ !
ଅବତରି ଆସ ବିଭିନ୍ନ ରୂପରେ
ପାପ ବିନାଶନ ପାଇଁ
ରାକ୍ଷସ ପ୍ରବୃତ୍ତି କରି ଦିଅ ଦୂର
ତୁହି ତା ବ୍ରହ୍ମାଣ୍ଡେ ଯହିଁ !
ମୁକୁଟ ଶୋଭିତ ମସ୍ତିଷ୍କେ ମା ତୋର
ଚାରି ଭୁଜା ଶକ୍ତିଶାଳୀ
ଏକ ହସ୍ତେ ତୁହି ଧରି ଥାଉ ଖଣ୍ଡା
ଅନ୍ୟ ହାତେ ପୁଷ୍ପ ମାଳି !
ଦୁଇ ହସ୍ତେ ମାତା ଦେଉ ଆଶୀର୍ବାଦ
ଅଟୁ ତୁ କରୁଣାମୟୀ
ଭକ୍ତ ତୋର ସିନା ଜାଣିଛି ମହତ୍ତ୍ଵ
ତୁହି ଅଟୁ ଦୟାମୟୀ !
ଛାର ମୁଁ ଅଜ୍ଞାନୀ ଜ୍ଞାନ ନାହିଁ ମୋର
ଜ୍ଞାନ ଦିଅ ହୃଦେ ଭରି
ସତ୍ୟତ୍ୟାଗ ଶକ୍ତି ଦିଅ ହେ ଜନନୀ
ମାଆ କରୁଛି ଗୁହାରି !
ମାଗୁ ନାହିଁ ଧନ ମାଗୁ ନି ବୈଭବ
ତୋ ଚରଣେ ଭକ୍ତି ରହୁ
ଏ ଛାର ମୂର୍ଖ କୁ ନକରହେ ଦୂର
ପଥ ଅନ୍ୟାୟର ନହୁ !
ଆରାଧ୍ୟ ତୁ ମୋର ଗୃହ ଇଷ୍ଟଦେବୀ
କାତ୍ୟାୟନୀ ଶକ୍ତିରୂପା
ଗୃହର ସଂକଟ କରି ଦେବୁ ଦୂର
ଅଟୁ ତୁହି ମା ଅରୂପା !
ମହିଷା ମର୍ଦ୍ଦିନୀ ଦୁଷ୍ଟ ବିନାଶିନୀ
ମାତା ଅଟୁ ବ୍ରହ୍ମାଣ୍ଡର
କର ଶକ୍ତିଶାଳୀ ପବିତ୍ର ଭାରତ
ଆତ୍ମନିର୍ଭର ତୁ କର !
ଯୁବା ଓ ଯୁବତୀ ରହିକର୍ମପଥେ
କରନ୍ତୁ ରାଷ୍ଟ୍ର ନିର୍ମାଣ
ଧର୍ମ ସନାତନ ଗୁଞ୍ଜୁ ବିଶ୍ଵସାରା
ଜନଙ୍କ ହେଉ କଲ୍ୟାଣ !
ଶୁଣ କାତ୍ୟାୟନୀ ଦିଅକୀର୍ତ୍ତି ଭରି
ଡାକୁଛି ଭାରତବର୍ଷ
ହେଉ ବିଶ୍ଵ ଗୁରୁ ଏ ତୋର ଭାରତ
ମା ଦିଅହେ ତୁ ଆଶିଷ !
