STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

କର୍ମଯୋଗୀ

କର୍ମଯୋଗୀ

1 min
169


ମନୁଷ୍ୟ କିଏ ବା କି ଭାବୁଛି


ଚିନ୍ତା ନାହିଁ ତାର


ତା କର୍ମକୁ ଭାବି


ନିର୍ଭିକ ହୋଇ


କର୍ତ୍ତବ୍ୟ ଭାବି


ଦେଶ ପାଇଁ କିଛି କରୁଛି 


କରୁଛି ଜୀବନେ ତାର !!


କର୍ମ ପରା ନିସ୍ବାର୍ଥେ କରୁଛି 


କର୍ମକୁ ଆଦରେ


କର୍ତ୍ତବ୍ୟ କୁ ଭାବି


ଜଡ଼ିତ ହୋଇ


ସେବାକୁ ଭାବି


ଜନତା କଲ୍ୟାଣ କରୁଛି 


ଜୀବନର ଯାତ୍ରାରେ !!


ଏ ଜୀବନ ଟି କର୍ମର ପାଇଁ


ପ୍ରେମ ପ୍ରୀତି ତହିଁ 


ଶ୍ରଦ୍ଧ ଓ ପ୍ରୀତିରେ 


ରଖିଛି ତାକୁ


କର୍ମକୁ ଭାବି 


କାର୍ଯ୍ୟ କରୁଛି ରାଷ୍ଟ୍ରର ପାଇଁ


ରଖି ତ୍ୟାଗ ଧର୍ଯ୍ୟ ଯହିଁ !!


ଜୀବନ ଏହୁ କର୍ମର ଫଳେ


କର୍ମକୁ କରୁଛି


ଆଦର ଖୁସିରେ 


ପ୍ରୀତିରେ ଯହୁଁ 


ଧ୍ୟାନରେ ତାକୁ 


ଗର୍ବିତ ରାଷ୍ଟ୍ର ତାହାରି ବଳେ


ମନ୍ତ୍ର ଅହିଂସା ରଖିଛି !!


ସେହୁତ ଅଟେ କର୍ମର ଯୋଗୀ


ଶାସ୍ତ୍ର ର ବିଜ୍ଞାନୀ


ପ୍ରଭୁଙ୍କରେ ଭକ୍ତି 


କର୍ମ ତା ପୂଜା


କର୍ତ୍ତବ୍ୟ ତା'ର 


ଜୀବନେ ରଖିଛି ପରା ତ୍ୟାଗୀ


ସେହୁ ଅଟେ ମହା ଜ୍ଞନୀ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract