STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ମା କାଳରାତ୍ରୀ

ମା କାଳରାତ୍ରୀ

1 min
216


ରୂପ ତୋର ମାତା

      ପାପୀ ବିନାଶନେ

          ମା କାଳରାତ୍ରୀ 


ସପ୍ତମ ଏ ଦିନ

    ପୂଜନ ତୋହର

          ତୁ ଜଗଧାତ୍ରୀ !!


ଶୁମ୍ଭ ଓ ନିଶୁମ୍ଭ 

    ଆଉ ରକ୍ତ ବ୍ରିଜ

          ମାରିଲୁ ଦତ୍ୟେ 

କାଳରାତ୍ର ପରି

  କଳା ତୋ ଶରୀର

         ଦିଶେ ସାକ୍ଷାତେ !!


ଅଗ୍ନି ବର୍ଷା ହୁଏ

   ଶ୍ବାସରେ ତୋହର

         ହେ କାଳରାତ୍ରୀ 


ବିଜୁଳି ପରାଏ

   ଗଳାର ମାଳି ମା

         ଅପୂର୍ବ ଜ୍ୟୋତି !!


ଦିନି ନେତ୍ର ତୋର

   ବ୍ରହ୍ମାଣ୍ଡ  ଆକର

         ଦିଶେ ଆକୃତି 


ଉଡୁ ଥାଏ ବାଳ

   ତୁଳାର ପ୍ରକାର

         ଦିଏ ତା ଭିତି !!


ଗଦର୍ଭ ବାହାନ

   କାଳରାତ୍ରୀଙ୍କର

          ହସ୍ତରେ ଖଣ୍ଡା 

ଅନ୍ୟ ହସ୍ତେ ଥାଏ

   ଦିବ୍ୟ ଅସ୍ତ୍ର ପରା

         ଶୁଣ ଚାମୁଣ୍ଡା !!             


ଚାରି ହସ୍ତ ତାଙ୍କ

   ଭୟଙ୍କର ଦୃଶ୍ୟ

          ଶକ୍ତି ସଦୃଶ                 


ମା କାଳରାତ୍ରୀ

  ମାଆଙ୍କ ସଦୃଶ

        ପାପୀ ବିନାଶ !!


ଅନୁପମା ଦୃଶ୍ୟ

  ମାୟା ଅଗଚର 

        ଜାଣିବ କିଏ


ଶକ୍ତି କାର ଅଛି

   ବୁଝିବ ମାଆଙ୍କୁ

        ବର୍ଣ୍ଣିବ ସିଏ !!


କରୁଣାମୟୀ ସେ

   କରୁଣା କରନ୍ତି

      ଭକ୍ତି ପୂଜନେ


ମନବାଞ୍ଛା ପୂର୍ଣ୍ଣ

   କରନ୍ତି ମା ଦୁର୍ଗେ

      ପରା ପାର୍ବଣ !!


ମହାମେରୁ ପୂଜା

 ହେବ ମା ରାତ୍ରରେ

      ହୋଇବୁ ଶାନ୍ତି


ମହୁରୀ ବାଜୁଛି

   ମୃଦଗ ଶୁଭୁଛି

     ଜନରେ ଭକ୍ତି !!

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract