STORYMIRROR

Bharati Bhusan Das

Abstract

3  

Bharati Bhusan Das

Abstract

ସମୟ ସରୁଛି

ସମୟ ସରୁଛି

1 min
147

ସମୟ ସରୁଛି ଜୀବନ ହାରୁଛି

କଥା ରହିଯାଏ କେହିତ କହୁଛି

ବୁଝିପାରେ ନାହିଁ ଅମାନିଆଁ ମନ

ସତ କଥା ଏବେ କହି ମୁଁ ଦେଉଛି

ସମୟ ସରୁଛି

କେହି କେବେ କୁହେ ଜୀବନର କଥା

କେହି ପୁଣି ଅସରନ୍ତି ସପନର

ସମୟ କହୁଛି ରହିଯାଅ‌ କ୍ଷଣେ

ଫେରିବାକୁ ମନ ତୁମ ନିକଟର

ଏଇତ ସଂସାର ବିଚାର ଚାଲିଛି

କିଏ ବଡ଼ କିଏ ସାନ ,କହିଥିଲା

ଅବା କହିପାର,ଜିତିଲା କିଏସେ

କିଏ ବା ହାରିଲା,ଏଠି ନିରନ୍ତର

ସମୟ ସରୁଛି

ଟାଣ ପଣ ସିନା କରିଛୁ ରେ ମନ

ବାନ୍ଧିକି ପାରିବୁ ସେ ସମୟ ଜାଣ

ଧନ ମାନ ଯଶ ଖ୍ୟାତି ସନମାନ

ସମୟ କହିବ କିଏ ସେ ମହାନ

ସରିଯାଏ ସମୟ ଲିଭି ଯାଏ ଜୀବନ

ସମୟ ବନ୍ଧୁବଡ଼ ବଳବାନ

ସମୟ ସରୁଛି

ଘୁରି ଘୁରି ଯାଏ ସମୟର ରେଖା

ଶୂନ ରୁ ଆରମ୍ଭ ରଚି ବକ୍ର ରେଖା

ଏକ ବିନ୍ଦୁ ସ୍ଥିର ନିର୍ଦ୍ଧିଷ୍ଟ ତା ଗୁଣେ

ସମୟ ବଳୟ ଜୀବନ ର ପଣେ

ସମୟ ସରୁଛି

ଏମିତି ସମୟ ମୋ ଜୀବନ ଲୟ

କାହାଣୀ ମୋ ଲେଖା ମନରେ ସଂଶୟ

ସରିଯାଉ ସପନ ସମୟ ସାଥିରେ

ଟେକ ରଖି ଭେକ ଯାଉ ମୋ ଜୀବନ

ହୃଦୟ ର ଏହି ନିବେଦନ

ସମୟ ସରୁଛି ଜୀବନ ହାରୁଛି

ସାକ୍ଷୀ ତୁମେ ବନ୍ଧୁ

           ହେ ଚକା ନୟନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract