STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ଖରାପ ହେବ

ଖରାପ ହେବ

1 min
190


ବାପା ମାଆଙ୍କ ସେବା ନ କଲେ

ପୁଅ ଖରାପ

ପତ୍ନୀ ଇଚ୍ଛାରେ ଯଦି ନ ଚାଲେ

ସ୍ବାମୀ ଖରାପ।


ସନ୍ତାନଙ୍କର ଇଛା ପୂରଣ 

ଯଦି ନ କର

ବାପା ହେବାଟା ପୂରା ଖରାପ 

ଏଇ ପୃଥୀର ।


ଭଉଣୀଙ୍କର ଭଲ ମନ୍ଦରେ

ଠିଆ ନ ହେବୁ

ଖରାପ ହୋଇ ନିଜ ଆଖିରୁ 

ଲୁହ ଢାଳିବୁ।


ନିଜ ଭାଇକୁ ଯଦି ସାହାଯ୍ୟ 

କରିବୁ ନାହି

ଗଣ୍ଡଗୋଳକୁ ଡାକିବା ହେବ

ନିୟମ ଏଇ।


ଭଲ ହେବାକୁ ଜୀବନ ସାରା

କେତେ ଖଟିବୁ

ଖରାପ ତେଣୁ ହେବୁ ହିଁ ହେବୁ

ଲୁହେ ଭାସିବୁ।


କେତେରେ ପୁଅ ଅଭିନୟକୁ

ଜାବୁଡ଼ି ଧରି

ନିଜ ଜୀବନ ଚାଲିବା ହେବ

ହୃଦକୁ କୋରି l


ପୁରୁଷ ହୋଇ ବଞ୍ଚିବା ନିଶା

କେବେ ନ ଭାବ

ନାରୀ ଜୀବନ ପର ଅଧୀନ

ହେଲେ ବି ନିଅ।


ନିଜକୁ ନିଜେ ଯାଅରେ ଭୁଲି

ଯେତେ ପୁରୁଷ

ଅଭିନୟରେ ଊଣା ନ କରି

ପିଅରେ ବିଷ।


ହୃଦୟ ସଦା ପଥର ସିନା 

ପ୍ରେମର ହାଟେ

ଧର୍ମର ଧ୍ୱଜା ଉଡ଼ାଉ କି'ରେ

ଶୋଇକି ଖଟେ।


ମିଛ କହିଲି ବୋଲିକି ଭାଇ

ଦେବନି ଗାଳି

ସୁସ୍ଥ ମନରେ ଭାବ ତ ବାରେ

ସ୍ମୃତିକୁ ଖୋଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract