Niranjan Mishra

Abstract

4  

Niranjan Mishra

Abstract

ଯାତ୍ରା

ଯାତ୍ରା

2 mins
363



ସ୍ନାନ ମଣ୍ଡପରେ ବିଜେ ଜୀଉମାନେ

ଜ୍ୟେଷ୍ଠ ପୂର୍ଣ୍ଣମୀରେ ଆଜି।

ନବୀନ ନୀରଦ ତନୁ କାନ୍ତି ଶୋହେ

ଶ୍ରୀମୁଖେ ପଦ୍ମ ବିରାଜି ।୧।


ମହା ସମ୍ଭର୍ବରେ ବିଜେ ରୁନ୍ଧା ହୋଇ

ଭାଇ ଭଉଣୀ ସହିତ ।

ବ୍ରହ୍ମାଣ୍ଡ ମାଳ ରୁଣ୍ଡ ଯା ଲୋମମୂଳେ

ଲୀଳା ଯାହାର ଅନନ୍ତ ।୨।


ସ୍ନାନ ଯାତରା ନିତ୍ୟ ଲୀଳା କରନ୍ତି

ଆନନ୍ଦେ ଜଗତ ନାଥ ।

ସରବେ ସ୍ନାନ କରିବେ ମଣ୍ଡପରେ

ସୁନାକୂପ ଜଳେ ସେ ତ ।୩।


ଶହେ ଆଠ କୁମ୍ଭ ସୁବାସିତ ବାରି

ସର୍ବ ତୀର୍ଥୁଁ ସମାଗତ ।

ସେ ବାରିରେ ସ୍ନାନ କରିବେ ଶ୍ରୀଜୀଉ

ହୋଇଛି ଅଧିବାସିତ ।୪।


ପଇଁତିରିଶି କୁମ୍ଭ ଶ୍ରୀଜଗନ୍ନାଥ

ଶ୍ରୀବଳଭଦ୍ର ତେତିଶ ।

ବାଇଶି କୁମ୍ଭ ମାତା ଦେବୀ ସୁଭଦ୍ରା

ସୁଦର୍ଶନ ଅଷ୍ଟାଦଶ ।୫।


ଆଜି ଏଇ ସ୍ନାନ ଦେବାସୁର ନର

ଗନ୍ଧର୍ବ ସିଦ୍ଧ ଚାରଣ ।

ସର୍ବେ ନିଜ ନିଜ ସ୍ବରୂପରେ ରହି

କରୁଅଛନ୍ତି ଦର୍ଶନ ।୬।


ସ୍ନାନ ଗୁଣ୍ଡିଚା ଯାତ୍ରା କରିବା ଲାଗି

ଇନ୍ଦ୍ରଦ୍ଯୁମ୍ନେ ଆଦେଶିଲେ ।

ସ୍ୱୟଂ ମହାପ୍ରଭୁ ଶ୍ରୀମୁଖରେ ଏହା

ସ୍କନ୍ଦ ପୁରାଣ ଭାଷିଲେ ।୭।


ସ୍ନାନ ମଣ୍ଡପରେ ସ୍ନାନ ସାରି ଜୀଉ

ହେବେ ଗଜାନନ ବେଶ।

କଳା ଧଳା ହାତୀ ବେଶ ଦରଶନେ

ସଭିଏଁ ହେବେ ହରଷ ।୮।


ଭକ୍ତ ଗଣପତି ଭଟ୍ଟ ମନ ତୋଷି

ଜୀଉ ହାତୀ ରୂପ ଧରି।

ଦରଶନ ତାଙ୍କୁ ଦେଇଥିଲେ ପୂର୍ବେ

ଏ ବେଶ ସ୍ମୃତି ତାହାରି ।୯।


କୋଟି ଓଡିଆର ମଉଡମଣି ସେ

ଉତ୍କଳର ଗଜପତି ।

ମଣ୍ଡପରେ ଛେରା ପହଁରା କରିବେ

ହରଷିତ ହେବ ମତି।୧୦।


ଆସରେ ଭକତ କର ଦରଶନ

ଆଦି ଯାତ ପ୍ରଭୁଙ୍କର ।

ଜନମ କରମ ଦିବ୍ୟ କର ପ୍ରଭୁ

ତୋହର ତୁ ତ ତାଙ୍କର ।୧୧।


ତୁଳସୀ ଦୟଣା ହାର ପୁଷ୍ପମାଳା

ଲମ୍ବିଛି ପ୍ରଭୁଙ୍କ ଉରେ ।

ଗଜେନ୍ଦ୍ର ରକ୍ଷକ ଗଣେଶ ସ୍ୱରୂପ

ଧରିଛନ୍ତି ଆନନ୍ଦରେ ।୧୨।


ସର୍ବ ଦେବମୟ ପ୍ରଭୁ ଜଗନ୍ନାଥ

କୃତାରଥ ଭକତରେ ।

କରୁଛନ୍ତି ବାରେ ନୟନେ ନିରେଖ

ନାଶ ତୋ ଦୁଃଖ ଅଚିରେ ।୧୩।


ନୀଳାଚଳ ନାଥ ପ୍ରଭୁ ଜଗନ୍ନାଥ

ସୋଽହଂ ହଂସଃ କୃପାମୟ ।

ପଦପଙ୍କଜରେ ସଦା ମତି ରହୁ

ତୁମ ପାଶେ ରହୁ ଲୟ ।୧୪।


Rate this content
Log in

Similar oriya poem from Abstract