STORYMIRROR

Kalandi pal

Abstract

4  

Kalandi pal

Abstract

ଆସିଛି ଯୋଡ଼ା ଶ୍ରାବଣ

ଆସିଛି ଯୋଡ଼ା ଶ୍ରାବଣ

1 min
310


   ଆସିଛି ଯୋଡ଼ା ଶ୍ରାବଣ ଲୋ

    ଆସିଛି ଯୋଡ଼ା ଶ୍ରାବଣ

ନଭେ ଘନ ପନ୍ତି    ଝଟକ ମାରନ୍ତି

    ଚମକାଏ ଇନ୍ଦ୍ରବାଣ ଲୋ ।0।


ସୃଷ୍ଟିର ମଙ୍ଗଳ    ବିଚାରି ଶଙ୍କର

   ପିଇ ହଳା ହଳ ବିଷ

ବିଷ ଜ୍ଵଳେ ଦେହ ହେଉଛି ଅସହ୍ୟ

   ନୀଳକଣ୍ଠେ ଉମା ଇଶ

ଶ୍ରାବଣ ପ୍ରଥମ   ଜଳ ଧାର ଘେନ

ଭକତିରେ ତୁଣ୍ଡେ  ଥିବ ଶିବ ନାମ

   ଶୁଭୁଥିବ ବୋଲ ବମ ।।


ଦେଖ ଧାଡ଼ି ଧାଡ଼ି  ଯାଆନ୍ତି କାଉଡ଼ି

   କାନ୍ଧେ ଜଳ ଭାର ଧରି

ଶିବ ମନ୍ଦିରରେ  ପ୍ରତି ସୋମବାରେ

   କାଉଡି ଭକ୍ତ ଗହଳି

ପହିଲି ଶ୍ରାବଣେ  ବାବା ତ୍ରିଲୋଚନ

ଦିଏ ମହା ପୁଣ୍ୟ ଦେଲେ ଜଳ ଦାନ

    ପୂର୍ଣ୍ଣ ହୁଏ ମନସ୍କାମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract