STORYMIRROR

Sagar Kumar Parida

Abstract Others

4  

Sagar Kumar Parida

Abstract Others

ଅଭିମାନ

ଅଭିମାନ

1 min
462

ମଣିଷ ଜନମେ ଧରଣୀ ଉପରେ

କରିବାକୁ ଦିବ୍ୟ କର୍ମ,

କର୍ମ କରୁ କରୁ ଵ୍ୟଵହାର ବଳେ

ସୃଷ୍ଟି ମିତ୍ର ଶତ୍ରୁଗଣ ।।

ପାଞ୍ଚମନ ଆଉ ପଚିଶ ପ୍ରକୃତି

ଜୀବକୁ ଘେରି ଅଛନ୍ତି,

ଷଡ଼ ରିପୁ ସଦା ଉତ୍ତମ ପଥରେ

ବାଧା ଉତ୍ପତ୍ତି କରନ୍ତି ।।

ଅଭିମାନ ଯଦି ଗର୍ବ ଶୂନ୍ୟ ହୁଏ

ଅସୁବିଧା କିଛି ନାହିଁ,

ଗର୍ବ ଭରା ଅଭିମାନ ସମାଜକୁ

ଧ୍ୱଂସ ପଥେ ଥାଏ ନେଇ ।।

ପ୍ରିୟା ଅଭିମାନ ଭାଙ୍ଗିବା ପାଇଁକି

ପ୍ରେମିକଟି ଇତସ୍ତତଃ,

ଅଭିମାନ ଥିଲେ ପ୍ରେମ ଭଲଲାଗେ

ଏହାହିଁ ବାସ୍ତବ ସତ୍ୟ ।।

ଅଭିମାନ ଯୋଗୁଁ କେତେ ରାଗରୁଷା

ସଂସାରରେ ପ୍ରତିଦିନ,

ଆଧ୍ୟାତ୍ମିକ ପଥେ ମନ ବଳାଇଲେ

ଅଭିମାନ ହୁଏ ଚୂର୍ଣ୍ଣ ।।

ଗୁରୁ ଭଗବାନ ପାଇବା ପାଇଁକି

ମନେ କର ଅଭିମାନ,

ଭୌତିକ ପଦାର୍ଥ ପାଇବା ଆଶାରେ

ନଷ୍ଟ ନ କର ଜୀବନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract