STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ହେଉଶୁଭମୟ ନୂଆବର୍ଷଆମ

ହେଉଶୁଭମୟ ନୂଆବର୍ଷଆମ

1 min
132


ଦୁଇ ହଜାର ଏ  ତେଇଶି ପରାରେ

   ଆସିଛି ବାଇଶି ପରେ,

ଦେଇଛି  ଗୌରବ ବାଇଶି ରାଷ୍ଟ୍ରରେ

   ଅମୃତକାଳ ତହିଁରେ।


ଅମୃତ  କାଳର  ତେଇଶି  ଏ ବର୍ଷ

   ହେବ ରାଷ୍ଟ୍ର ବିଶ୍ବ ଗୁରୁ,

କୃଷ୍ଣ ରାମ  ଜଗା ଦେବେ ଆଶିର୍ବାଦ

   ଶାନ୍ତି ଟି ବିଶ୍ବରେ ଶୁରୁ।


ଯୁଦ୍ଧ ବିଭୀଷିକା ଭଲ  ନାହିଁ ବନ୍ଧୁ

    ଶାନ୍ତି ରେ ମଙ୍ଗଳ ପରା,

ବିଶ୍ବ ଶାନ୍ତି ଥିଲେ ଜନତା କଲ୍ୟାଣ

    ହେବ ଟି ସୁଗମ ପରା।


ଦୁଇ ହଜାର  ତେଇଶିର  ବରଷ

    ହେବ ଅହିଂସାର ବର୍ଷ,

ବିଶ୍ବ ସମୁଦାୟ ହେବେ ଏକତ୍ରିତ

    କରିବେ ଶାନ୍ତିର ବର୍ଷ।


ସତ୍ୟ ତ୍ୟାଗ ଧର୍ମ ପ୍ରେମ ପ୍ରୀତି ଶ୍ରଦ୍ଧା

    ହେବବିଶ୍ବେ ମହାମନ୍ତ୍ର,

ଖୁସି ଓ ଉଲ୍ଲାସ ଉଦୟ ଟି ହେବ

    ନ ଥିବ ହିଂସାର ତନ୍ତ୍ର।


ଆତ୍ମନିର୍ଭରର ମନ୍ତ୍ର ଗୁଞ୍ଜୁ ଥିବ

   ଜାଗ୍ରତ ତହିଁ  ବିଶ୍ୱାସ,

ଜନତା କଲ୍ୟାଣ ହେବ ସର୍ବୋପରି

   ଦେବ ଟି ହୃଦେ ସାହସ।


ନୂଆ ବରଷର  ଶୁଭକାମନଟି

   ବିଶ୍ବ ବାସୀଙ୍କୁରେ ଆମ,

ଅଭିନନ୍ଦନ ଟି  ବିଚ୍ଛିନ୍ନାଞ୍ଚଳ  ରୁ

   ବିଶ୍ବ ପରିବାରେ ଆମ।


ଯୁଦ୍ଧ ବନ୍ଦ ହେଉ ବିଶ୍ବ ଶାନ୍ତି ରହୁ

   ସର୍ବୋପରି ହେଉ ସେବା,

ରହୁ ରାଷ୍ଟ୍ର ଜନେ ବନ୍ଧୁତା ମିତ୍ରତା

   କର୍ତ୍ତବ୍ୟର ହେଉ ସେବା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract