Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract

3  

DILIP KUMAR SAHOO

Abstract

ନୂଆ ବର୍ଷ

ନୂଆ ବର୍ଷ

1 min
206



ସମୟ ନଈ ଭଉଁରୀ ଖେଳେ

ନୂଆ ପୁରୁଣା ସାଥେ

ନୂଆ ଆସଇ ପୁରୁଣା ଯାଏ

କାହାଣୀ କହି କେତେ ।

ନୂଆ ପୁରୁଣା ସବୁତ ସେଇ

ଲିଳା ଭୟଙ୍କ ଲିଳା

ନୂଆ ବରଷ ନୂଆ ପରଷ

ନୂଆ ମହକ ବୋଳା ।

ଅଧ ରାତିରେ ତା ପାଦ ଶବ୍ଦେ

ଝୁମେ ଦୁନିଆ ସାରା

ବହଳ ରାତି ମଙ୍ଗଳ ଗୀତି

ମନକୁ କରେ ତୋରା ।


ଶୀତ ସାଉଁଳା କାକର ଭିଜା

ମାଟିକୁ ଛୁଇଁ ଛୁଇଁ

ନୂଆ ସୂରୁଯ ନୂଆ ମୁରୁଜ

ମନକୁ ନିଏ ମୋହି ।

ମଠ ମନ୍ଦିର ଗିର୍ଜାରେ ଭିଡ

ସକାଳ ହେଉ ହେଉ

ଈଶ୍ୱର ଆଲ୍ଲା ପ୍ରଭୁଙ୍କ ପାଦେ

ହୃଦୟ ଢାଳି ଦେଉ ।

ଭଲ ମନ୍ଦ ର ହସ କାନ୍ଦର

ସର୍ବନିଅନ୍ତା ସେହି

ତାଙ୍କ ଆଶିଷେ ଏ ନୂଆ ବର୍ଷ

ଆନନ୍ଦ ଯାଉ ଦେଇ।


ଆସିବ ବୋଲି ନୂଆ ବରଷ

ତା ବାଟ ଚାହିଁ ଚାହିଁ

ହଜାରେ ଆଶା ମନ ଗହନେ

ଉଠଇ ନିତି ଚେଇଁ ।

ନୂଆ କବିତା ନୂଆ କାହାଣୀ

ହୁଅଇ କେତେ ଲେଖା

ପ୍ରିତିର ଭାଷା ପ୍ରେମର ରଙ୍ଗ

ସ୍ନେହ ଶରଧା ସଖା ।

ନୂଆ ସକାଳ ପ୍ରତି ବହଳ

ନୂଆ ସପନେ ଝୁଲି

ଶୁଭ ବାରତା ହୁଅଇ ବଣ୍ଟା

ରାଗ ରୋଷ କୁ ଭୁଲି ।


ଖୁସି ବଣ୍ଟା ରେ ଅଣ୍ଟେନି ଦିନ

ଭୋଜି ଭାତ ର ମଜା

ମନ ଅଗଣା ଆନନ୍ଦେ ବଣା

ଫୁଲ ଗହଣା ସଜା ।

ବୟସ ଆଜି ମାନେନି ବୋଲ

ଖୁସିରେ ଝୁମେ ପାଦ

ପିରତି ହାଟେ ହଟ ଚମକ

ଲାଜେଇ ଯାଏ ନିଦ।

ନୂଆ ଭାବନା ନୂଆ ସପଥ

ଦେଖାଏ ନୂଆ ବାଟ

ହାତରେ ହାତ ମିଶାଇ ଦେଇ

ଝୁମଇ ଖୁସି ଗୀତ ।


ସ୍ବାର୍ଥ ଦଉଡି ଦିଏ ବିଗାଡି

ସମ୍ପର୍କ ସୂତା ଖିଅ

ଲୋଭ ରୁ ଭାବ ହୁଏ ଅଭାବ

ବଳେଇ ପଡେ କୋହ ।

ନୂଆ ସକାଳ ଶୁଭ ସକାଳ

ନୂଆ ବାରତା ଦିଏ

ଅଭିମାନ ର ଖାତା କୁ ଚିରି

ପ୍ରେମର ଭାଷା କହେ ।

ବୁଝାମଣା ରେ ମିଳଇ ଶାନ୍ତି

କଣ୍ଟା ବି କରେ ଗେଲ

ବଇରୀ ହୁଏ ଭାରି ନିଜର

ଭଗାରି ପାଏ ଭଲ ।



Rate this content
Log in

Similar oriya poem from Abstract